Odia News Portal

ଦିଲ୍ଲୀ ହସ୍ପିଟାଲରେ ପୁଣି ଭର୍ତ୍ତି ହେଲେ ଋଷି କପୁର

ବଲିଉଡ ଅଭିନେତା ଋଷି କପୁରଙ୍କୁ ନେଇ ପୁଣି ଏକ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁଯାୟୀ ଋଷି କପୁରଙ୍କ ସ୍ୱାସ୍ଥ୍ୟ ଅଚାନକ ଖରାପ ହୋଇଯିବା କାରଣରୁ ତାଙ୍କୁ ଦିଲ୍ଲୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହା ଜଣାପଡିନାହିଁ ଯେ ତାଙ୍କୁ ହସ୍ପିଟାଲରେ କାହିଁକି ଭର୍ତ୍ତି କରାଯାଇଛି । ପିତା ଋଷି କପୁରଙ୍କ ସ୍ୱାସ୍ଥ୍ୟବସ୍ଥା ଶୁଣି ରଣବୀର କପୁର ଓ ଆଲିଆ ତୁରନ୍ତ ମୁମ୍ବାଇରୁ ଦିଲ୍ଲୀରେ ପହଂଚିଛନ୍ତି ।

ସୂଚନା ଅନୁଯାୟୀ ଗତକାଲି ବା ରବିବାର ସକାଳେ ଅଚାନକ ଋଷି କପୁରଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହୋଇଯାଇଥିଲା । ଯାହାପରେ ତାଙ୍କୁ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯଦିଓ ଏପର୍ଯ୍ୟନ୍ତ ଜଣାପଡିନାହିଁ ଯେ ପ୍ରକୃତରେ ତାଙ୍କର କଣ ହୋଇଛି କିନ୍ତୁ ଏଠାରେ କହିରଖିବାକୁ ଚାହିଁବୁ ଯେ କିଛି ମାସ ତଳେ ଋଷି କପୁର କ୍ୟାନ୍ସରର ଚିକିତ୍ସା କରାଇ ଏକ ବର୍ଷପରେ ଆମେରିକାରୁ ଭାରତ ଫେରିଥିଲେ ।

ତେବେ ଋଷି କପୁରଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବା କାରଣରୁ ନିତୁ କପୁର, ରଣବୀର ଓ ଆଲିଆ, ଅରମାନ ଜୈନଙ୍କ ମେହେନ୍ଦି ରସମକୁ ଯାଇପାରିନଥିଲେ । ଋଷି କପୁର ସୋସିଆଲ ମିଡିଆରେ ପ୍ରାୟତଃ ଆକ୍ଟିଭ ରହିଥାନ୍ତି । ନିକଟରେ ସେ ଟ୍ୱିଟରରେ ନିଜ ପିଲାଦିନର ଫଟୋ ମଧ୍ୟ ସେୟାର କରିଥିଲେ । ଯେଉଁଥିରେ ତାଙ୍କୁ ଲତା ମଙ୍ଗେସକର କୋଳରେ ଧରିଥିବା ଦେଖିବାକୁ ମିଳିଥିଲା ।