Odia News Portal

ଅତିରିକ୍ତ ତହସିଲଦାର ଓ ଆରଆଇଙ୍କୁ ଆକ୍ରମଣ

ଭଦ୍ରକ : ଅତିରିକ୍ତ ତହସିଲଦାର ଓ ଆରଆଇଙ୍କୁ ଆକ୍ରମଣ। ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ମଞ୍ଜୁରୀରୋଡ୍‌ଠାରେ ଆକ୍ରମଣ ହୋଇଛି । ବେଆଇନ ବାଲି ବୋଝେଇ ଟ୍ରକକୁ ଧରିବାକୁ ଯାଇଥିବା ବେଳେ ସେମାନେ ଆକ୍ରମଣର ଶିକାର ହୋଇଥିଲେ। ଚିକିତ୍ସା ପାଇଁ ଭଣ୍ଡାରିପୋଖରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଆଜି ସକାଳେ କେତେକ ବାଲି ମାଫିଆ ବୈତରଣୀ ନଦୀପଠାରୁ ବେଆଇନ୍‌ ଭାବେ ବାଲି ଉଠାଉଥିଲେ।

ଏ ଘଟଣା ଜାଣି ମଞ୍ଜୁରୀ ରୋଡ ରାଜସ୍ୱ ନିରୀକ୍ଷକ ଏବଂ ଭଣ୍ଡାରିପୋଖରୀ ଅତିରିକ୍ତ ତହସିଲଦାର ଶରତ ଚନ୍ଦ୍ର ସ୍ୱାଇଁ ସେଠାରେ ପହଞ୍ଚିଥିଲେ। ଅତିରିକ୍ତ ତହସିଲଦାର ଓ ଆର୍‌ଆଇ ୫ଟି ଟ୍ରକର ନମ୍ବର ଆଣି ଫାଇନ୍‌ କାଟିଥିଲେ। ଖବର ପାଇ ୧୫ଜଣରୁ ଅଧିକ ବାଲିମାଫିଆ ଲୋକଙ୍କୁ ନେଇ ଆର୍‌ଆଇ ଅଫିସରେ ପଶିଥିଲେ। ପ୍ରଥମେ ପାଟିତୁଣ୍ଡ ଓ ପରେ ସେମାନଙ୍କୁ ଆକ୍ରମଣ କରିଥିଲେ ।