ମୁମ୍ବାଇ() ଅଭିନେତା ବିକ୍କି କୌଶଲଙ୍କ ମୋଷ୍ଟ ଆୱେଟେଡ଼୍ ଫିଲ୍ମ ଭୁତ୍ ପାର୍ଟ ୱାନ୍ : ଦ ହଣ୍ଟେମ୍ ସିପର ଟ୍ରେଲର ରିଲିଜ୍ ହୋଇଛି। ଟ୍ରେଲର ରିଲିଜ୍ ହେବା ପରେ ସୋସିଆଲ ମିଡ଼ିଆରେ ଏହା ଭାଇରାଲ୍ ହେବାରେ ଲାଗିଛି। ଭିଡ଼ିଓକୁ ଦେଖିଲେ ଆପଣ ମଧ୍ୟ ଭୟଭୀତ ହୋଇଯିବେ। ତେବେ ବହୁ ଲମ୍ବା ସମୟ ପରେ ବଲିଉଡ଼ର ଭଲ ହରର ଫିଲ୍ମ ଆସିବାକୁ ଯାଉଛି।
ଧର୍ମା ପ୍ରଡ଼କ୍ସନ ଦ୍ଵାରା ନିର୍ମିତ ଏହି ଫିଲ୍ମରେ ବିକି କୌଶଲଙ୍କ ସହ ଭୂମି ପେଡ଼େନକର ମୁଖ୍ୟ ଭୂମିକାରେ ଅଛନ୍ତି। ଏହି ଫିଲ୍ମ ଆସନ୍ତା ସପ୍ତାହରେ ଫେବୃଆରୀ ୨୧ରେ ରିଲିଜ୍ ହେବ।
