Odia News Portal

ଉଚ୍ଚଶିକ୍ଷା ଓ କୃଷି ବିଭାଗରେ କୋକୁଆ ଭୟ

ଭୁବନେଶ୍ୱର : ପ୍ରଥମେ ଟିଉସନରେ ମାତିଥିବା ଅଧ୍ୟାପକମାନଙ୍କ ତାଲିକା ପ୍ରସ୍ତୁତି ଓ ଏବେ କୃଷି ବିଭାଗରେ ଦୀର୍ଘଦିନ ଧରି ଡେପୁଟେସନରେ ଆସି ରାଜଧାନୀରେ ଆସ୍ଥାନ ଜମାଇଥିବା ଅଧିକାରୀଙ୍କୁ ବିଦା କରିବାପରେ ଦୁଇ ବିଭାଗରେ ଏବେ କୋକୁଆ ଭୟ ଅବସ୍ଥା । ଏହାକୁ ନେଇ ବିଭାଗୀୟ ମନ୍ତ୍ରୀ ଡକ୍ଟର ଅରୁଣ ସାହୁ ଚର୍ଚ୍ଚାରେ ଥିବାବେଳେ ଦୁଇ ବିଭାଗରେ ୫-ଟି ଓ ମୋ ସରକାର କାର୍ଯ୍ୟକାରୀ ହେବାପରେ ଅରୁଣଙ୍କ ଖଣ୍ଡା ଯେଭଳି ବୁଲୁଛି ଆଗକୁ ଆଉ କିଏ ଏଥିରେ ବଳି ପଡୁଛି ତାହାକୁ ସମସ୍ତଙ୍କ ଅପେକ୍ଷା । ବର୍ଷ ବର୍ଷ ଧରି ଦୁଇ ବିଭାଗରେ ଯାହା ହୋଇପାରୁନଥିଲା ତାହାକୁ ଦିନ କେଇଟାରେ କରି ଦେଖାଇଛନ୍ତି ମବୀ ଡକ୍ଟର ସାହୁ । ରାଜଧାନୀରେ ମୋଟା ବେତନରେ ନିଯୁକ୍ତ ପାଇଥିବା ଅଧ୍ୟାପକମାନେ କଲେଜରେ ପାଠ ପଢାଇବା ଅପେକ୍ଷା ଟିଉସନରେ ଅଧିକ ମାତିଥିଲେ ।

 

ଏମାନଙ୍କ କଥା ପୂର୍ବରୁ ସବୁ ମନ୍ତ୍ରୀ ଓ ସଚିବମାନେ ଉଣା ଅଧିକେ ଜାଣିଥିଲେ । ହେଲେ ବିରୁଡି ବସାରେ ହାତ ମାରିବାପାଇଁ ଡରୁଥିଲେ । ଏମାନଙ୍କ ତାଲିକା ପ୍ରସ୍ତୁତ କଲେ କାଳେ କିଏ କାହାକୁ କହି ହଇରାଣ କରିବ ସେଥିପାଇଁ ଇଚ୍ଛା ଥିଲେ ବି ଆଗକୁ ବଢୁନଥିଲେ । ହେଲେ କିଛିଦିନ ତଳେ ମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଅତ୍ୟନ୍ତ ଗୋପନୀୟ ଭାବେ ଟିଉସନଖୋର ଅଧ୍ୟାପକଙ୍କ ତାଲିକା ପ୍ରସ୍ତୁତ ହୋଇଛି । ଆଗକୁ ଅପେକ୍ଷା ଏମାନଙ୍କ ବିରୁଦ୍ଧରେ କି କାର୍ଯ୍ୟାନୁଷ୍ଠାନ ହେଉଛି । ସେହିଭଳି କୃଷି ବିଭାଗରେ ଦୀର୍ଘଦିନ ଧରି ଗୋଟିଏ ଚଉକିରେ ବସିଥିବା ୨୭୧ ଅଧିକାରୀଙ୍କ ବଦଳି କରିବାପରେ ବିଭିନ୍ନ ଜିଲ୍ଲାରୁ ଡେପୁଟେସନରେ ଆସି ରାଜଧାନୀରେ ଆସ୍ଥାନ ଜମାଇଥିବା ୨୧ ଅଧିକାରୀଙ୍କୁ ମବୀଙ୍କ ନିର୍ଦ୍ଦେଶରେ ତଡା ଯାଇଛିା ସେମାନେ ଏବେ ବିଭିନ୍ନ ଜିଲ୍ଲାକୁ ବଦଳିହୋଇ ଯାଇଛନ୍ତି । ସେମାନଙ୍କ ସ୍ଥାନରେ ଦକ୍ଷ ଓ ଯୁବ ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ ମସୁଧା ଚାଲିଥିବା ସୂଚନା ମିଳିଛି ।

 

କୃଷି ବିଭାଗ ଓ ଏହା ଅଧିନରେ ଥିବା ନିର୍ଦ୍ଦେଶାଳୟରେ ଗୁଡିକରେ ଥିବା ଆଉ କିଛି ଧୂତ୍ତ୍‍ର୍କ ର୍ମଚାରୀଙ୍କ ତାଲିକା ପ୍ରସ୍ତୁତ କରି ସେମାନଙ୍କ ସମୀକ୍ଷା କରାଯିବ ବୋଲି ସୂଚନା ମିଳିଛି । ଏହି କର୍ମଚାରୀମାନେ ଦୀର୍ଘଦିନ ଧରି ଗୋଟିଏ ଯୋଜନାକୁ ଜାବୁଡିଧରି ବସିଛନ୍ତି । ତେଣୁ ଏମାନଙ୍କୁ ହଟାଇବାପାଇଁ ତାଲିକା ତିଆରି ହେଉଛି । ଉଚ୍ଚଶିକ୍ଷା ହେଉ କିମ୍ବା କୃଷି ଦୁଇ ବିଭାଗରେ ଏଭଳି ସଂସ୍କାରମୂଳକ କାର୍ଯ୍ୟ ସମ୍ଭବ ହୋଇଛି କେବଳ ୫-ଟି ଓ ମୋ ସରକାର ଲାଗୁ ପରେ । ଏବେ କର୍ମଚାରୀମାନଙ୍କ ମୁହଁ ଦେଖିବା ବଦଳରେ ସେମାନଙ୍କ ଦକ୍ଷତା ଆଧାରରେ ବିଭିନ୍ନ ସ୍ଥାନରେ ନିଯୁକ୍ତି ଦିଆଯାଇଛି । ଦୁଇ ବିଭାଗରେ କିଛି ଧୂର୍ତ୍ତ କର୍ମଚାରୀ ଯେଭଳି ଧରାଧରି ହେଉ କିମ୍ବା ମାଲି ମୋକଦ୍ଦମା କରି ଦୀର୍ଘଦିନ ହେଲା ରାଜଧାନୀ ଛାଡୁ ନାହାନ୍ତି ସେମାନଙ୍କୁ କିଭଳି ବିଦା କରାଯିବ ସେଥିନେଇ ମସୁଧା ଚାଲିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛିା ଏହି ତାଲିକାରେ ଉଚ୍ଚଶିକ୍ଷା ବିଭାଗର ଅନେକ ଅଧ୍ୟାପକ ଅଛନ୍ତି ।

ମୋଟା ଅଙ୍କର ଦରମା ପାଉଥିବା କିଛି ଅଧ୍ୟାପକ ରାଜଧାନୀର ବିଭିନ୍ନ କଲେଜରେ ଥିଲେ ମଧ୍ୟ ଫଳାଫଳ କାହିଁକି ଖରାପ ହେଉଛି ତାହାର ତର୍ଜମା ଖୁବ୍‍ଶୀଘ୍ର ଆରମ୍ଭ କରାଯିବ । ତେବେ ସେ ଯାହା ହେଉ ନା କାହିଁକି ଉଚ୍ଚଶିକ୍ଷା ଓ କୃଷି ବିଭାଗରେ ଯେଭଳି କୋକୁଆ ଭୟ ସୃଷ୍ଟି ହୋଇଛି ତାହା ଏବେ ଅନ୍ୟ ବିଭାଗ ପାଇଁ ଏକ ପ୍ରକାର ଉଦାହରଣ ପାଲଟିଲାଣି । ଯଦିଓ ଅକଳରେ ପଡିଥିବା କିଛି କର୍ମଚାରୀ