Odia News Portal

ବନ୍ଧୁକ ମୁନରେ ଜୁଏଲରୀ ଦୋକାନରୁ ଲୁଟ୍‌

ବାରଙ୍ଗ : ବନ୍ଧୁକ ମୁନରେ ଲୁଟ୍‌। ଦୁର୍ବୃତ୍ତମାନେ ଲୁଟିନେଲେ ପ୍ରାୟ ୧ କିଲୋ ଓଜନର ସୁନା ଗହଣା। ବାରଙ୍ଗ ଗୋଡିସାହିରେ ଏକ ଗହଣା ଦୋକାନରୁ ଏହି ଲୁଟ୍‌ ହୋଇଛି। ଗୋଡିସାହିରେ ଥିବା ଲଳିତା ଜୁଏଲରୀ ମାଲିକ ଗତକାଲି ରାତିରେ ଦୋକାନ ବନ୍ଦ କରୁଥିବାବେଳେ ୬ଜଣ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ଲୁଟି ନେଇଥିବା ଅଭିଯୋଗ ହୋଇଛି।

ଦୁର୍ବୃତ୍ତଙ୍କ ମାଡ଼ରେ ଗହଣା ଦୋକାନ ମାଲିକ ଆହତ ହୋଇଛନ୍ତି। ଖବର ପାଇ ଘଟଣାସ୍ଥଳରେ ଗୋଡିସାହି ଫାଣ୍ଡି ପୋଲିସ ପହଞ୍ଚି ଦୁର୍ବୃତ୍ତଙ୍କୁ ଧରିବାକୁ ତନାଘନା ଚଳାଇଛି। ଦୁର୍ବୃତ୍ତମାନେ CCTVର ହାର୍ଡଡିସ୍କ ମଧ୍ୟ ନେଇଯାଇଥିବା ଅଭିଯୋଗ ହୋଇଛି।