Odia News Portal

ବାଇକ ଉପରେ ଛିଣ୍ଡିପଡିଲା ୧୧ କେଭି ତାର, ୨ ଗୁରୁତର

ଭଦ୍ରକ : ଗତକାଲି ବ୍ରହ୍ମପୁରରେ ଏକ ବସରେ ୧୧ କେଭି ତାର ଲାଗିଯିବାରୁ ୧୦ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲ। ଏହି ଘଟଣା ଘଟିବାର ୨୪ ଘଂଟା ନପୁରୁଣୁ ପୁଣି ଭଦ୍ରକ ଜିଲ୍ଲାରେ ଏପରି ଏକ ଖବର ସାମ୍ନାକୁ ଆସିଛି। ଏକ ବାଇକ ଉପରେ ବିଜୁଳି ତାର ଛିଣ୍ଡି ପଡିବାରୁ ୨ଜଣ ଗୁରୁତର ଆହତ ହୋଇଛନ୍ତି।

ଭଦ୍ରକ ଧାମରା କଇଥଖୋଲା ବଜାରରେ ଏକ ବାଇକରେ ୨ଜଣ ଯାତ୍ରା କରୁଥିଲେ। ସେହି ସମୟରେ ଏକ ୧୧କେଭି ତାର ବାଇକ ଉପରେ ଛିଣ୍ଡି ପଡିଥିଲା। ଫଳରେ ବିଦ୍ୟୁତ ଆଘାତ ପାଇଁ ଦୁହେଁ ରାସ୍ତା କଡକୁ ଛିଟିକି ପଡିଥିଲେ। ଉଭୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ମେଡିକାଲ ପଠାଇଛନ୍ତି। ତେବେ ଏବେ ବି ଉଭୟ ଗୁରୁତର ଥିବା ସୂଚନା ମିଳିଛି। ଗୁରୁତର ହୋଇଥିବା ୨ ବାଇକ ଆରୋହୀ ହେଲେ ସୁରେନ୍ଦ୍ର ଜେନା ଓ ଦୁର୍ଯ୍ୟୋଧନ ରାଉଳ।