Odia News Portal

ବିଆର୍ ଲାଇଫ୍ କଳିଙ୍ଗ ହସ୍ପିଟାଲ ପକ୍ଷରୁ ଆଟେଣ୍ଡା ଲାଉଞ୍ଜ୍ ‘ପ୍ରତିକ୍ଷାଳୟ’ ଉଦ୍‌ଘାଟିତ

ଭୁବନେଶ୍ୱର : ସହରର ସର୍ବୋତମ ତଥା ସର୍ବବୃହତ୍ ସ୍ୱାସ୍ଥ୍ୟସେବା ପ୍ରଦାତା, ବିଆର୍ ଲାଇଫ୍ କଳିଙ୍ଗ ସୁପର୍ ସ୍ପେଶାଲିଟି ହସ୍ପିଟାଲ ପକ୍ଷରୁ ଆଜି ଏହାର ପରିସରରେ ଏକ ରୋଗୀ ଆଟେଣ୍ଡା ଲାଉଞ୍ଜ ‘ପ୍ରତିକ୍ଷାଳୟ’ର ଉଦ୍‌ଘାଟନ କରାଯାଇଛି; ଯାହାକି ଓଡିଶାରେ ପ୍ରଥମ । ଏହି ଲାଉଞ୍ଜରେ ସମସ୍ତ ପ୍ରକାରର ମୌଳିକ ସୁବିଧା ରହିବା ସହ ଏଠାରେ ପ୍ରାୟ ୭୦ ଜଣ ଲୋକଙ୍କ ରହିବା ପାଇଁ କ୍ଷମତା ରହିଛି । ଏହି ପ୍ରତିକ୍ଷାଳୟକୁ ଭାରତ ସରକାରଙ୍କ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ଶ୍ରୀ ସୁବାଷ ସିଂହ ଉଦ୍‌ଘାଟନ କରିଚନ୍ତି । ହସ୍ପିଟାଲରେ ଚିକିତ୍ସାଧିନ ଥିବା ରୋଗୀମାନଙ୍କ ପରିବାର ସଦସ୍ୟଙ୍କୁ ବାଧାହୀନ ଓ ସୁବିଧାଜନକ ରହଣୀ ପ୍ରଦାନ କରିବା ଏହି ଲାଉଞ୍ଜର ମୁଖ୍ୟ ଉଦ୍ଦେଶ୍ୟ ।
ଚିକିତ୍ସକୀୟ ଉତ୍କୃଷ୍ଟତା ଏବଂ ସୁଲଭ ଦରରେ ସର୍ବୋତମ ଓ ଗୁଣବତାଯୁକ୍ତ ସ୍ୱାସ୍ଥ୍ୟ ସେବା ପାଇଁ ପରିଚିତ ବିଆର୍ ଲାଇଫ୍ କଳିଙ୍ଗ ହସ୍ପିଟାଲକୁ ଗତ ଦୁଇ ଦଶନ୍ଧି ହେବ ଦୂରଦୂରାନ୍ତରୁ ରୋଗୀମାନେ ଚିକିତ୍ସା ପାଇଁ ଆସୁଛନ୍ତି । ରୋଗୀଙ୍କ ସମ୍ପୂର୍ଣ୍ଣ ଚିକିତ୍ସା ଅବଧି ସମୟରେ ସେମାନଙ୍କ ସମ୍ପର୍କୀୟ ତଥା ଆଟେଣ୍ଡା ହସ୍ପିଟାଲରେ ତଥା ଏହା ଆଖପାଖରେ ଏକ ସୁବିଧାଜନକ ରହଣୀ ଖୋଜିବା ପାଇଁ କରୁଥିବା ସଂଘର୍ଷ ହସ୍ପିଟାଲ ର୍କୁପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।

ଏହି ଲାଉଞ୍ଜର ଉଦ୍‌ଘାଟନ ଅବସରରେ ବିଆର୍ କଳିଙ୍ଗ ସୁପର ସ୍ପେଶାଲିଟି ହସ୍ପିଟାଲର ୟୁନିଟ୍ ହେଡ୍ ଶ୍ରୀ ଭର୍ଗିସ ପି. ଜନ୍ କହିଛନ୍ତି ଯେ, “ବିଆର୍ ଲାଇଫ୍ କଳିଙ୍ଗ ହସ୍ପିଟାଲରେ ଆମେ ସବୁବେଳେ ଆମ ରୋଗୀମାନଙ୍କୁ ତଥା ଓଡିଶାର ଲୋକଙ୍କୁ ସୁଲଭ ଦରରେ ଉତ୍କୃଷ୍ଟ ଚିକିତ୍ସା ସେବା ପ୍ରଦାନ କରିବା ଓ ସେମାନଙ୍କ ପାଖରେ ଉପସ୍ଥିତ ରହିବା ସୁନିଶ୍ଚିତ କରିଥାଉ । ଏଥିସହିତ ଆମେ ରୋଗୀମାନଙ୍କ ଆଟେଡାଙ୍କ ପ୍ରତି ଆମର ସେବା ପହାଇବାର ଗୁରୁତ୍ୱକୁ ମଧ୍ୟ ଅନୁଭବ କରିଛୁ । ପ୍ରତିକ୍ଷାଳୟ ମାଧ୍ୟମରେ ଆମେ ଜଟିଳ ଚିକିତ୍ସାର ସାମ୍‌ନା କରୁଥିବା ରୋଗୀମାନଙ୍କ ପରିଜନ ତଥା ଆଟେଣ୍ଡାଙ୍କୁ ଆରାମଦାୟକ, ସୁରକ୍ଷିତ ତଥା ବିଧାହୀନ ରହଣୀ ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛୁ । ଆମେ ନିଶ୍ଚିତ ଯେ, ଚିକିତ୍ସା ଖର୍ଚ୍ଚର ବୋଝ ତଳେ ଦବି ରହିଥିବା ରୋଗୀମାନଙ୍କ ଆଟେଣ୍ଡାଂଟ୍‌ଙ୍କୁ ଯଦି ଏକ ସୁରକ୍ଷିତ ରହଣୀସ୍ଥଳ ପ୍ରଦାନ କରାଯିବ ତେବେ ନିଜ ପ୍ରିୟଜନଙ୍କ ନିକଟରେ ରହିବା ପାଇଁ ସ୍ଥାନ ଖୋଜିବା ନେଇ ସେମାନଙ୍କ ସମସ୍ୟାକୁ ଆମେ ଦୂର କରିପାରିବୁ ।

ପ୍ରତିକ୍ଷାଳୟ ହେଉଛି ଅସହାୟ ଭାବେ ହସ୍ପିଟାଲ ପରିସରରେ ତଥା କିଛି ସମୟରେ ବିନା ଆଶ୍ରୟରେ ରହୁଥିବା ସମସ୍ତ ଆଟେଣ୍ଡାଂଟ୍‌ମାନଙ୍କ ପାଇଁ ଏକ ସୁରକ୍ଷିତ ଆଶ୍ରୟସ୍ଥଳ । ଏହି ଲାଉଞ୍ଜ ପୁରାଦିନ ଚେକ୍‌ଇନ୍ ଓ ଚେକ୍‌ଆଉଟ୍ ସୁବିଧା ପ୍ରଦାନ କରିବା ସହ ଉନ୍ନତ ସୁରକ୍ଷା ପାଇଁ ଏହାକୁ ସିସିଟିଭି ସର୍ଭିଲାନ୍ସରେ ରଖାଯାଇଛି । ଏହି ଅବସରରେ ନିଜର ମତବ୍ୟକ୍ତ କରି ଓଡିଶା ସରକାରଙ୍କ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ଶ୍ରୀ ସୁବାଷ ସିଂହ କହିଛନ୍ତି ଯେ, “ଗତ କିଛି ବର୍ଷ ମଧ୍ୟରେ ଓଡିଶା ଦେଶର ଏକ ସ୍ୱାସ୍ଥ୍ୟ ରାଜଧାନୀରେ ପରିଣତ ହୋଇଛି । କାରଣ ପ୍ରତିଦିନ ପଡୋଶୀ ପଶ୍ଚିମ ବଙ୍ଗ, ଝାଡଖଣ୍ଡ ଓ ବିହାର ଭଳି ରାଜ୍ୟରୁ ସ୍ୱାସ୍ଥ୍ୟସେବା ସୁବିଧା ପାଇବା ପାଇଁ ରୋଗୀମାନେ ଏଠାକୁ ଆସୁଛନ୍ତି । ବିଆର୍ ଲାଇଫ୍ କଳିଙ୍ଗ ‘ପ୍ରତିକ୍ଷାଳୟ’ର ଉଦ୍‌ଘାଟନ ଉତ୍ସବରେ ଯୋଗ ଦେଇ ମୁଁ ଖୁବ୍ ଆନନ୍ଦିତ । ଏହା ରୋଗୀମାନଙ୍କ ସମ୍ପର୍କୀୟ ଓ ଆଟେଣ୍ଡାଂଟ୍‌ଙ୍କୁ ବିଶେଷ କରି ମହିଳା ଆଟେଣ୍ଡାଂଟ୍‌ମାନଙ୍କୁ ଏକ ସୁରକ୍ଷିତ ସ୍ଥାନରେ ରହିବାରେ ସାହାର୍ଯ୍ୟ କରିବ । ଆମେ ଚାହୁଁଛୁ ପ୍ରତ୍ୟେକ ରୋଗୀ ସମାନ ଗୁଣମାନର ସ୍ୱାସ୍ଥ୍ୟସେବା ପାଆନ୍ତୁ ଏବଂ ସେମାନଙ୍କ ଆଟେଣ୍ଡାଂଟ୍‌ଙ୍କୁ ମଧ୍ୟ ଉପଯୁକ୍ତ ଧ୍ୟାନ ଦିଆଯାଉ ।