ଭାଲେଣ୍ଟାଇନ୍ ଓ୍ଵିକ୍ର ୬ଷ୍ଠ ଦିନରେ ହଗ୍ ଡେ’ ପାଳନ କରାଯାଏ। ଆଜି ପ୍ରେମୀଯୁଗଳ ହଗ୍ ଡେ’ ସେଲିବ୍ରେଟ କରିବେ। ଏହି ଦିନ ସବୁ ପ୍ରେମୀ ଯୁଗଳ ନିଜର ଜୀବନ ସାଥୀଙ୍କୁ ଆଲିଙ୍ଗନ କରିଥାନ୍ତି। ଭାଲେଣ୍ଟାଇନ୍ ଓ୍ଵିକର ଏହି ଦିନ ସମସ୍ତଙ୍କ ପାଇଁ ଖୁବ୍ ଖାସ୍ ହୋଇଥାଏ। ଏହି ଦିନ ନିଜର କିଛି ଖାସ୍ ଲୋକଙ୍କୁ ଆଲିଙ୍ଗନ କରିବା ଦ୍ୱାରା ଭଲପାଇବା ଏବଂ ବିଶ୍ୱାସ ଆହୁରି ଗଭୀର ହୋଇଥାଏ। ତେବେ ଜାଣନ୍ତୁ ଆପଣ ନିଜ ପାର୍ଟନରଙ୍କୁ ହଗ୍ ଡେ’ ରେ କିପରି ଓ୍ଵିଶ୍ କରିବେ।
ଯେତେବେଳେ ଦୁଇ ଲୋକ ପରସସ୍ପରଙ୍କୁ ଆଲିଙ୍ଗନ କରିଥାନ୍ତି, ସେହି ସମୟରେ ତାଙ୍କ ଶରୀରରୁ ଅନେକ ହର୍ମୋନ ବାହାରିଥାଏ। ଏହା ଶରୀରକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ଏଥିସହ ନିଜ ସାଥୀଙ୍କ ପ୍ରତି ଭଲପାଇବା, ବିଶ୍ୱାସ ଆହୁରି ବଢିଥାଏ। ଏହିକାରଣରୁ ଆପଣ ଯାହାଙ୍କୁ ଅଧିକ ଭଲପାଉଛନ୍ତି ଏହି ସ୍ପେଶାଲ ଡେ’ ହଗ୍ କରିବା ପାଇଁ ବିଲକୁଲ୍ ଭୁଲନ୍ତୁ ନାହିଁ।
ଜାଣନ୍ତୁ ନିଜର ଲୋକଙ୍କୁ କିପରି ଆଲିଙ୍ଗନ କରିବେ ?
-ନିଜ ପାର୍ଟନରଙ୍କୁ ଆଲିଙ୍ଗନ କରି କିଛି ସମୟ ପର୍ଯ୍ୟନ୍ତ ରୁହନ୍ତୁ।
-ନିଜର ମାତା-ପିତା ଏବଂ ବଡ ଭାଇ-ଭଉଣୀଙ୍କୁ ପ୍ରଣାମ କରିବା ସହ ଜୋର୍ରେ ହଗ୍ କରନ୍ତୁ।
-ନିଜ ସାଙ୍ଗମାନଙ୍କୁ ମଧ୍ୟ ଆଲିଙ୍ଗନ କରି ଏହି ଡେ’ ପାଳନ କରନ୍ତୁ।
-ନିଜ ସହ କାମ କରୁଥିବା ସହକର୍ମୀଙ୍କୁ ଦୁଇ କାନ୍ଧ ଟଚ୍ ହେବା ଭଳି ସାଇଡ୍ ହଗ୍ କରନ୍ତୁ ।