Odia News Portal

ସ୍ବାସ୍ଥ୍ୟ ଉପକାରୀ କିସ୍‌ମିସ୍‌ : ଏହିସବୁ ରୋଗରୁ ଦିଏ ମୁକ୍ତି 

କିସ୍‌ମିସ୍ ସ୍ବାସ୍ଥ୍ୟ ଉପକାରୀ । ଏହାକୁ ପ୍ରତିଦିନ ଖାଇବା ଫଳରେ ଅନେକ ସ୍ବାସ୍ଥ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ। ଏହାସହ ଓଜନ୍ କମ୍ କରିବା ପାଇଁ ମଧ୍ୟ କିସ୍‌ମିସ୍ ସହାୟକ ହୋଇଥାଏ। ଏହା ଶରୀରକୁ ଶକ୍ତି ଯୋଗାଇବା ସହ ପେଟ ରୋଗ ସମସ୍ୟା ଦୂର କରିଥାଏ।
ତେବେ ଜାଣନ୍ତୁ କିସ୍‌ମିସ୍ କେତେ ଉପକାରୀ ।
– ପ୍ରତିଦିନ କିସ୍‌ମିସ୍ ଖାଇଲେ ଶରୀରକୁ ଶକ୍ତି ମିଳିଥାଏ। ଏଥିରୁ ପ୍ରାକୃତିକ ଶର୍କରା ମିଳିଥାଏ, ଯାହା ଶରୀରକୁ ତୁରନ୍ତ ଶକ୍ତି ଯୋଗାଇଥାଏ।
-ଏଥିରେ କୋଲେଷ୍ଟରଲ ମାତ୍ରା ନ ଥିବାରୁ ହାର୍ଟ ରୋଗୀଙ୍କ ପାଇଁ ମଧ୍ୟ ଉପକାରୀ ।
-କୋଷ୍ଠକାଠିନ୍ୟ ଲାଗି କିସ୍‌ମିସ୍ ବରଦାନ ସଦୃଶ ହୋଇଥାଏ। ଏହାକୁ ଭିଜାଇ ଖାଇଲେ ଅଧିକ ଲାଭ ମିଳିଥାଏ।
– ଏହା ଓଜନ୍ କମ୍ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। ଏଥିରୁ ମିଳୁଥିବା ପ୍ରାକୃତିକ ଶର୍କରା କୌଣସି କ୍ଷତି ନ ଘଟାଇବା ସହ ପ୍ରତିଦିନ ଏହାକୁ ଖାଇଲେ ଓଜନ କମ୍ ହୋଇଥାଏ।
-କିସ୍‌ମିସ୍‌ରେ ପ୍ରଚୁର ପରିମାଣରେ କ୍ୟାଲ୍‌ସିୟମ ରହିଥାଏ, ଯାହା ହାଡ଼କୁ ଶକ୍ତ କରିବାରେ ସହାୟକ ହୋଇଥାଏ।