Odia News Portal

ପଣ୍ୟାଗାର ନିଗମ ଅଧ୍ୟକ୍ଷ ପଦରୁ ବହିଷ୍କାର ହେଲେ ଅନୁପ ସାଏ

ଭୁବନେଶ୍ୱର() ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ପଣ୍ୟାଗାର ନିଗମ ଅଧ୍ୟକ୍ଷ ଅନୁପ ସାଏଙ୍କୁ ବହିଷ୍କାର କରିଛନ୍ତି ।

ସୂଚନା ଅନୁସାରେ, ଏକ ଡବଲ ମର୍ଡର ଘଟଣାରେ ପୂର୍ବତନ ବିଧାୟକ ତଥା ପଣ୍ୟାଗାର ନିଗମ ଅଧ୍ୟକ୍ଷ ଅନୁମ ସାଏଙ୍କୁ ଛତିଶଗଡ ପୋଲିସ ଗିରଫ କରିବା ପରେ ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟାନୁÂାନ ଗ୍ରହଣ କରିଛନ୍ତି । ପୂର୍ବରୁ ଅନୁପ ୩ଥର କଂଗ୍ରେସ ଦଳରୁ ବିଧାୟକ ହୋଇଥିଲେ । ୨୦୧୪ରେ ସେ ବିଜେଡିରେ ମିଶିବା ପରେ ନିର୍ବାଚନରେ ହାରି ଯାଇଥିଲେ । ଗତ ନିର୍ବାଚନରେ ବିଜେଡି ତାଙ୍କୁ ଆଉ ଟିକେଟ ଦେଇନଥିଲା ।