ଭୁବନେଶ୍ବର : ଖରାଛୁଟିରେ ଆସିଥାନ୍ତେ ନିଜ ପରିବାର ସହ ସମୟ ବିତାଇବା ପାଇଁ କିନ୍ତୁ ସ୍ୱପ୍ନ ସ୍ୱପ୍ନରେ ରହିଗଲା । ହଠାତ ସକାଳୁ ସକାଳୁ ଘରେ ପହଁଚିଲା ଦୁଃଖଦ ଖବର । ସେ ଆଉ ଏ ଦୁନିଆରେ ନାହାନ୍ତି । ଜୟପୁର ବିକ୍ରମନଗରର ଓଡିଆପୁଅ କୃଷ୍ଣଚନ୍ଦ୍ର ସାହୁ । ଗୁଜୁରାଟ ସୀମାନ୍ତରେ ବିଏସଏଫ କନେଷ୍ଠବଳ ।
ସବୁଦିନପରି ସେଦିନ ମଧ୍ୟ ନିଜ କର୍ତ୍ତବ୍ୟର ଯୋଗ ଦେଇଥିଲେ କୃଷ୍ଣ କିନ୍ତୁ ତାହା ଥିଲା ତାଙ୍କପାଇଁ ଶେଷଦିନ । ହଠାତ ହୃଦଘାତରେ ପରଲୋକ ହୋଇଥିବା ସୂଚନା ଆସିଲା ବିଏସଏଫ ପକ୍ଷରୁ । ଫୋନରେ ଖବର ପାଇ ପୁରା ପରିବାର ଦୁଃଖରେ ଭାଙ୍ଗି ପଡିଛନ୍ତି । ତେବେ ଆସନ୍ତାକାଲି ତାଙ୍କର ପ୍ରାର୍ଥିବ ଶରୀର ଘରେ ପହଂଚିବ ବୋଲି ବିଏସଏଫ ପକ୍ଷରୁ ସୂଚନା ମିଳିଛି ।