ଓଡିଶା ନିର୍ଧାରଣ କରିବ କୁକୁଡ଼ା ଅଣ୍ଡା ଦର By swadhikarnews Last updated Feb 18, 2020 ଭୁବନେଶ୍ବର : କୁକୁଡା ଅଣ୍ଡା ଚାଷୀଙ୍କ ପାଇଁ ଖୁସି ଖବର ଏଣିକି ଆନ୍ଧ୍ର ନୁହେଁ ଓଡିଶା ନିର୍ଧାରଣ କରିବ କୁକୁଡ଼ା ଅଣ୍ଡା ଦର ।ଏଥିପାଇଁ ଗଠନ ହୋଇଛି ନ୍ୟାସନାଲ ଏଗ୍ କୋଅର୍ଡିନେଶନ କମିଟି ଓଡିଶା ଚାପ୍ଟର ବ୍ରହ୍ମପୁରରେ ଓଡିଶା ଜୋନ ଗଠନ କରାଯାଇଛି । ଏଥିରେ ଓଡ଼ିଶାର ୧୫୦ କୁକୁଡ଼ା ଅଣ୍ଡା ଚାଷୀ ସାମିଲ ହୋଇଛନ୍ତି । ଆସନ୍ତା ୨୦ ତାରିଖରୁ ଏହି ଚପ୍ଟର ଦର ନିର୍ଧାରଣ କରିବ ବର୍ତ୍ତମାନ ଓଡ଼ିଶାରେ ୬୫ ଲକ୍ଷ ଅଣ୍ଡା ଉତ୍ପାଦନ ହେଉଥିବା ବେଳେ ୯୫ ଲକ୍ଷ ଅଣ୍ଡା ର ଆବଶ୍ୟକତା ରହିଛି ଅଣ୍ଡା ର MSP ନିର୍ଧାରଣ କରିବାକୁ ଦାବି କରିଛନ୍ତି ଚାଷୀ କୁକୁଡ଼ା ଖାଦ୍ୟ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି ପାଇଁ ଉତ୍ପାଦନ ରେ ୪୦ ପ୍ରତିଶତ ଦର ବଢିଛି । ଫଳରେ ଚାଷୀ ମାନେ କ୍ଷତି ସହୁଛନ୍ତି ଅଣ୍ଡା ଦର ବୃଦ୍ଧି ହେଲେ ଟ୍ରେର୍ଡସମାନେ ମାଲାମାଲ ହେଉଥିବା ବେଳେ ଖାଉଟି ଶୋଷଣର ଶିକାର ହେଉଛନ୍ତି । ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲା ଅଲ୍ ଓଡିଶା ଲେୟାର ଫାର୍ମରସ୍ ଆସୋସିଏସନ. କୁକୁଡ଼ା ଅଣ୍ଡା ଚାଷୀଙ୍କ ପାଇଁ ରାଜ୍ୟ ସରକାର ଏକ ସମାଧାନ ର ପନ୍ଥା ବାହାର କରିବାକୁ ଦାବି କରିଛନ୍ତି ଆସୋସିଏସନର ଅଧ୍ୟକ୍ଷ ମାନସ ମଙ୍ଗରାଜ । Share