ଭୁବନେଶ୍ବର : ଆଜି ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା । ସବୁ ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ପହଞ୍ଚିବା ପରେ ଏବେ କଡ଼ା ସୁରକ୍ଷାରେ ରଖାଯାଇଛି । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେବେ ୫ ଲକ୍ଷ ୬୦ ହଜାର ୯୦୫ ଜଣ ପରୀକ୍ଷାର୍ଥୀ । ପ୍ରଶ୍ନପତ୍ର ଭାଇରାଲ ଓ କପି ରୋକିବାକୁ ନିଆଯାଇଛି କଡ଼ା ପଦକ୍ଷେପ । ହଜାରେଟି ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ଲାଗିଛି ସିସିଟିଭି କ୍ୟାମେରା । ସେଣ୍ଟରକୁ ମୋବାଇଲ ଫୋନ ନେବା ମନା ।
ସେହିପରି ସ୍ୱତନ୍ତ୍ର ସ୍କ୍ଵାଡ ଗଠନ କରାଯାଇଥିବା ବେଳେ ୧୧୮ ଜଣ କଲେଜ ଅଧ୍ୟାପକଙ୍କୁ ସାମିଲ କରାଯାଇଛି । ସବୁ ପରୀକ୍ଷା ଦିନ ସକାଳୁ କିପରି ପ୍ରଶ୍ନପତ୍ର ସେଣ୍ଟର ଗୁଡ଼ିକରେ ଠିକ ସମୟରେ ପହଞ୍ଚିବ ତାଉପରେ ଗୁରୁତ୍ୱ ଦିଆଯାଉଛି । ଆଜିଠାରୁ ଆରମ୍ଭ ହୋଇ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା ପ୍ରତିଦିନି ସକାଳ ୧୦ଟାରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ପରୀକ୍ଷା ହେବ । ଗଣିତ ପରୀକ୍ଷାରେ ଛାତ୍ରଛାତ୍ରୀଙ୍କୁ ଅଧିକ ୧୫ ମିନିଟ୍ ସମୟ ମିଳିବ ।