ନୂଆଦିଲ୍ଳୀ () ଚର୍ଚ୍ଚାରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଟ୍ରମ୍ପଙ୍କ ଏକ ପ୍ରତିମୂର୍ତ୍ତି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହାକୁ ନିର୍ମାଣ କରିଛନ୍ତି ଟ୍ରମ୍ପଙ୍କ ଜଣେ ବଡ ପ୍ରସଂଶକ ।
ବୁସା କୃଷ୍ଣା ଜଣେ ପ୍ରସଂଶକ ଡୋନାଲ୍ଡ ଟ୍ରମ୍ପଙ୍କୁ ଭଗବାନ ମନେ କରନ୍ତି । କୃଷ୍ଣା ତେଲେଙ୍ଗାନାରେ ବସବାସ କରନ୍ତି । ଗତବର୍ଷ ନିଜ ଘରେ ଟ୍ରମ୍ପଙ୍କ ୬ ଫୁଟ ଉଚ୍ଚତା ବିଶିଷ୍ଟ ଏକ ପ୍ରତିମା ନିର୍ମାଣ କରିଥିଲେ । ସେହିଦିନଠାରୁ ସେ ଧୂପ, ଫୁଲ, ଚନ୍ଦନ ଦେଇ ପୂଜା କରିଆସୁଛନ୍ତି । କୃଷ୍ଣା କୁହନ୍ତି, “ମୁଁ ଚାହୁଁଛି କି ଭାରତ ଓ ଆମେରିକା ମଧ୍ୟରେ ଉତ୍ତମ ସଂପର୍କ ରହୁ । ଏହା ଅଧିକ ଶକ୍ତିଶାଳୀ ହେଲେ ଉଭୟ ଦେଶ ବିକଶିତ ହେବ । ସେ କହିଛନ୍ତି ଯେ, ଟ୍ରମ୍ପଙ୍କ ଦୀର୍ଘାୟୁ ପାଇଁ ଶୁକ୍ରବାର ବ୍ରତ ରଖିବି । ତାଙ୍କର ଏକ ଫଟୋ ମୋ ପାଖରେ ସବୁବେଳେ ରଖୁଛି । କୌଣସି କାମ ଆରମ୍ଭ କରିବା ପୂର୍ବରୁ ଏହି ଫଟୋକୁ ଦେଖିଥାଏ । ତେଣୁ ମୁଁ ତାଙ୍କୁ ଭେଟିବାକୁ ଚାହୁଁଛି । ମୁଁ ସରକାରଙ୍କୁ ନିବେଦନ କରୁଛି କି, ମୋର ସ୍ୱପ୍ନ ପୂରା କରିବାରେ ମୋତେ ସହାୟତା କରନ୍ତୁ ।“
ସୂଚନା ଅନୁସାରେ , ଆଉ ମାତ୍ର ୪ ଦିନ ପରେ ଟ୍ରମ୍ପ ଭାରତ ଗସ୍ତରେ ଆସୁଛନ୍ତି । ଏହି ଗସ୍ତରେ ବସୁ କୃଷ୍ଣା ଆମେରିକା ରାଷ୍ଟ୍ରପତିଙ୍କୁ ଭେଟିବାକୁ ଚାହୁଁଛନ୍ତି । ଏଥିପାଇଁ ସେ ଭାରତ ସରକାରଙ୍କୁ ନିବେଦନ କରିଛନ୍ତି ।
କୃଷ୍ଣା