Odia News Portal

ସରକାର ତିଷ୍ଠିବାରେ କଣ୍ଟା ହୋଇପାରେ ଏଲଗାର, ଏନ୍‌ପିଆର୍‌

ମୁମ୍ୱାଇ  : ମହାରାଷ୍ଟ୍ର ମେଣ୍ଟରେ ବିବାଦ ବ୍ୟାପକ ରୂପ ନେଇଛି।  ଏଲଗାର ପରିଷଦ ମାମଲାର ତଦନ୍ତରେ ପୁଲିସ୍‌ ଫୋର୍ସକୁ ଅପବ୍ୟବହାର କରିବା’ ନେଇ ଶରଦ ପାୱାର ମଙ୍ଗଳବାର ଦିନ ଏକ SIT ତଦନ୍ତ ପାଇଁ କହିଥିଲେ। ଏପଟେ କିନ୍ତୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌କରେ NCP ମୁଖ୍ୟଙ୍କ ଡିମାଣ୍ଡକୁ ନେଇ ଶାନ୍ତ ରହିଛନ୍ତି। କିନ୍ତୁ ଏହି ମାମଲାର ତଦନ୍ତ ଦାୟିତ୍ୱ  NIAକୁ ହସ୍ତାନ୍ତର ନିଷ୍ପତ୍ତିରେ ଅଟଳ ରହିବାର ସୂଚନା ଦେଇଛନ୍ତି । ପୁଣି NPR କୁ ବିରୋଧ କରୁଥିବା ନିଜର ଦୁଇ ମେଣ୍ଟ ଦଳ ଏନସିପି ଓ କଂଗ୍ରେସ ବିରୁଦ୍ଧରେ ଯାଇ NPR ପାଇଁ ନିଜ ଦଳର ସପୋର୍ଟ ଅଛି ବୋଲି କହିଛନ୍ତି । ଏବେ ଉଦ୍ଧବଙ୍କ ପାଇଁ ସରକାର ତିଷ୍ଠିବାରେ କଣ୍ଟା ହୋଇପାରେ ଏଲଗାର , ଏନ୍‌ପିଆର୍‌ ବୋଲି ଅନୁମାନ କରାଯାଉଛି ।

କୋଙ୍କଣ ଗସ୍ତରେ ଯାଇଥିଲା ବେଳେ ଉଦ୍ଧବ ସେଠାରେ ନିଜ ମତ ବଦଳାଇ କହିଛନ୍ତି , ଏଲଗାର ପରିଷଦ ଓ ଭୀମା କୋରେଗାଓଁ ମାମଲା ଦୁଇଟି ପୁରା ଅଲଗା ଅଲଗା।  ଭୀମା କୋରେଗାଓଁ ମାମଲା ଦଳିତଙ୍କ ସହ ଜଡ଼ିତ ଏବଂ ଏହା ମାମଲାର ତଦନ୍ତ ଭାର ସେ ଏନଆଇଏକୁ ହସ୍ତାନ୍ତର କରିନାହାନ୍ତି । ରାଜ୍ୟରେ ଦଳିତ ମାନଙ୍କ ସହ ଅନ୍ୟାୟ ହେବାକୁ ସେ ଦେବେ ନାହିଁ। ଏହି ମାମଲାର ତଦନ୍ତ ଭାର ସେ କେନ୍ଦ୍ରକୁ ଦେବେ ନାହିଁ। ଆଉ ଏଲଗାର ହିଂସା ପାଇଁ କେନ୍ଦ୍ର ଦୁଇ ଜଣିଆ ତଦନ୍ତ ପ୍ୟାନଲ୍‌ ଗଠନ କରିଛି ।

ଉଲ୍ଲେଖନୀୟଯେ ,ଏଲଗାର ପରିଷଦ ମାମଲା ଏନଆଇଏକୁ ହସ୍ତାନ୍ତର ହେବା ନେଇ ଠାକ୍କରେଙ୍କ ନିଷ୍ପତ୍ତିକୁ ଏନ୍‌ସିପି ଓ କଂଗ୍ରେସ କଡ଼ା ସମାଲୋଚନା କରିଥିଲେ। ଶରଦ ପାୱାର ଗତକାଲି ଏସନସିପି ମନ୍ତ୍ରୀମାନଙ୍କୁ ଭେଟିଥିଲେ । ଏହି ମାମଲାର ଏସଆଇଟି ତଦନ୍ତ ହେବ ବୋଲି ଏନସିପି ପକ୍ଷରୁ ଘୋଷଣା କରାଯାଇଥିଲା।  ପାୱାର ତାଙ୍କ ଦଳ ପକ୍ଷରୁ କହିଛନ୍ତି , ଭୀମା କୋରେଗାଓଁ  ଓ ଏଲଗାର ମାମଲାକୁ ନେଇ ଆମେ କୌଣସି ତଦନ୍ତ ପାଇଁ ଦାବି କରୁନୁ । କିନ୍ତୁ ଏଥିରେ ପୁଲିସ୍‌ ଫୋର୍ସଙ୍କୁ ଅବବ୍ୟବହାର କରାଯାଉଛି । ତାର ତଦନ୍ତ ଆମେ ଦାବି କରୁଛୁ ।

ତଦନ୍ତରେ ପୁଲିସ୍‌ଙ୍କୁ ଅପବ୍ୟବହାର କରାଯାଉଛି ବୋଲି ପାୱାରଙ୍କ କମେଣ୍ଟରେ ଏନସିପିର ଦଳର ଗୃହ ମନ୍ତ୍ରୀ ଅନିଲି ଦେଶମୁଖ୍ ଓ ଦଳର ମୁଖବକ୍ତା ନୱାବ ମଲ୍ଲିକ୍‌ କହିଛନ୍ତି ଆମ ଭିତରେ କୌଣସି ମତ ପାର୍ଥକ୍ୟ ନାହିଁ । ହେଲେ  ଯେଉଁ ନିରୀହ ଲୋକଙ୍କୁ ଗିରଫ କରାଯାଇଛି ସେଥିପାଇଁ ତଦନ୍ତ ଦାବି କରୁଛୁ ।

ମଙ୍ଗଳବାର ଦିନ ପାୱାର କହିଛନ୍ତି ଆମେମାନେ ନିଶ୍ଚିତ ଯେ ମୁଖ୍ୟମନ୍ତ୍ରୀ ଆମ କଥାକୁ ଗ୍ରହଣ କରିବେ ଏବଂ ତଦନ୍ତ ପାଇଁ ଏସ୍‌ଆଇଟ୍ ପ୍ରତିଷ୍ଠା କରିବେ। ପୂର୍ବରୁ ଦେଶମୁଖ୍‌ ତାଙ୍କ ନିଷ୍ପତ୍ତିକୁ ଖାରଜ କରିବା ନେଇ ଅଭିଯୋଗ କରିଥିଲେ ।

ସେପଟେ ଉଦ୍ଧବ ସ୍ପଷ୍ଟ କରି କହିଛନ୍ତି ଯେ , ରାଜ୍ୟରେ ଏନପିଆରକୁ ଅଟକା ଯିବ ନାହିଁ । ଏଥିରେ ରାଜ୍ୟର କିଛି ଅସୁବିଧା ହେବ ନାହିଁ । ଏହା କେବଳ ଏକ ସେନସସ୍‌ । ସିଏଏକୁ ଭୟ କରିବାର କୌଣସି ଆବଶ୍ୟକତା ନାହିଁ ବୋଲି ମଧ୍ୟ କହିଛନ୍ତି ଉଦ୍ଧବ ।