ଯାଜପୁର ରୋଡ଼ : କୋରେଇ ନିର୍ବାଚନୀ ମଣ୍ଡଳିର ପାଣିକୋଇଲି ଅଂଚଳ ସ୍ଥିତ କୃପାଳୁରାଇସ୍ ମିଲ୍ରେ ଶଙ୍ଖଚିଲା ମଠପାଟଣା ଗ୍ରାମର ରବିନ୍ଦ୍ର କୁମାର ସାହୁଙ୍କ ନାବାଳକ ପୁଅ ଚନ୍ଦନ ସାହୁ(୧୭)ଙ୍କ ତା୨/୪/୧୯ରିଖରେ ରାଇସମିଲ୍ ମେସିନ୍ରେ ଦୃର୍ଘଟଣା ଶିକାରହୋଇ ଡ଼ାହାଣ ହାତଟି ସମ୍ପୁର୍ଣ୍ଣ ହରାଇଥିଲେ । ମେଡ଼ିକାଲରୁ ଚିକିତ୍ସାହୋଇ ହାତ ହରାଇଥିବା ଚନ୍ଦନ ୮୫%ଭିନ୍ନକ୍ଷମ ହୋଇଯାଇଥିଲେ । ପରମୂହୁର୍ତରେ ଭିନ୍ନକ୍ଷମ ମଣିଷ ଜିବନର ମୂଲ୍ୟମାତ୍ର ଏକଲକ୍ଷ ଟଙ୍କାରେ ତୋଳାଯାଇ ଜିବନସାରା ସନ୍ତୁଷ୍ଟ ହେବାପାଇଁ କୃପାଳୁ ରାଇସମିଲ୍ ମାଲିକଙ୍କ ଠାରୁ ପ୍ରତିଶ୍ରୁତି ମିଳିଲା । ରାଇସମିଲ୍ ମାଲିକଙ୍କ ନିକଟରେ ପରିବାରର ସାହାରା ହୋଇଥିବା ଭିନ୍ନକ୍ଷମ ପୁଅର ମୂଲ୍ୟ ଏକଲକ୍ଷ ଟଙ୍କାନୁହେଁ ରାଇସମିଲ୍ରେ ଯେକୈାଣସି କାମରେ ଚାକିରି ଖଣ୍ଡେ ପୁଅକୁ ମିଳୁବୋଲି ନିବେଦନ କରିଥିଲେ ଚନ୍ଦନଙ୍କ ମା” ପୂର୍ଣ୍ଣିମା ସାହୁ ।
କୋଟିପତି ରାଇସମିଲ୍ ମାଲିକଙ୍କ ପ୍ରତିଉର୍ତର ଏକଲକ୍ଷ ଟଙ୍କାରେ ସନ୍ତୁଷ୍ଟ ହେବାସହିତ ମିଲ୍ରେ ଚାକିରିର ଆଶାନାଖିବା ନିରାଶମୟ ଜବାବ୍ ମିଳିଥିଲା । ଜିବନର କ୍ଷତିପୂରଣର ନ୍ୟାୟପାଇଁ ଶିଳ୍ପପତିଙ୍କ ଡ଼ରଡ଼ର ଓ ଥାନାବାବୁଙ୍କ କାର୍ଯ୍ୟାନୁଷ୍ଠାନ ଉପରେ ଭରଷା ନପାଇବା ସନ୍ଦେହମନର ଚିନ୍ତାଧାରା ମା” ପୂର୍ଣ୍ଣିମା ଏବଂ ଭିନ୍ନକ୍ଷମ-ପୁଅ ଚନ୍ଦନଙ୍କୁ ନ୍ୟାୟପାଇବା ଭରଷାର ଚିନ୍ତାଧାରା ଯାଜପୁର ରୋଡ଼ ଜେଏମଏଫସି କୋର୍ଟ ପରିସରକୁ ଟାଣିଆଣିଥିଲା । କୋର୍ଟ ପରିସର ପିଣ୍ଡାଦୂଆରେ ମା’ ଏବଂ ପୁଅର ଗୋଟିଏ ହାତଥିବା ଏପରି ଦୁଃଖଦ ଘଟଣାଟିକୁ ଦେଖି ଆଇନଜିବୀ ରବିନ୍ଦ୍ର କୁମାର ନାୟକ ଓ ଚନ୍ଦ୍ରଶେଖର ପଣ୍ଡା ବିନା ପାରିଶ୍ରମିକରେ ନ୍ୟାୟଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ପୂର୍ଣ୍ଣିମା ସାହୁ(୪୩)ଙ୍କ ଅଭିଯୋଗ ଆଧାରକ୍ରମେ ଜେଏମଏଫସି କୋର୍ଟରେ ଏକ ମିସ୍ କେସ୍ ନଂ-୫୩/୨୦ରେ ରାଇସମିଲ୍ ମାଲିକ ଅନିରୁଦ୍ଧ ଦାସ(୬୦)ଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରିଥିଲେ । ରାଇସମିଲ୍ରେ ଘଟିଥିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ ଦୁଇ ଆଇନଜିବୀଙ୍କ ସହିତ ମା ଏବଂ ପୁଅ ଗଣମାଧ୍ୟମକୁ ରୟାଲକଳିଙ୍ଗ ସଭାଗୃହରେ ଗତକାଲି ସୁଚନା ପ୍ରଦାନ କରିଥିଲେ ।
ରାଇସମିଲ୍ରେ ନାବାଳକକୁ ଶ୍ରମିକଭାବେ କାମରେ ନିୟୋଜିତ କରାଇ “ଚାଇଲଡ୍ ଲେବର ପ୍ରୋହିବିଶନ୍ ଆଣ୍ଡ ରେଗୁଲେଶନ୍ ଆକ୍ଟ” କୁ ଭୁଲିଯାଇ ରାଇସମିଲ୍ର ଅନଭିଜ୍ଞାତ ମେସିନ୍ରେ କାମରେ ଲଗାଇ ଭିନ୍ନକ୍ଷମ କରାଇଦେଇ ଉଚିତ୍ ନ୍ୟାୟନଦେଇ ଆଇନଆଖିରୁ କେତେଦିନ ଖସି ରହି ପାରୁଛନ୍ତି ତାହା ସମୟ କହିବ ବୋଲି ଆଲୋଚନା ହେଉଛି । ଆଇନ୍ଦୁଆରୁ କେବେ ଉଚିତ୍ ନ୍ୟାୟ ପାଇବେ ପରିବାର ଲୋକେ ଚାହିଁ ବସିଛନ୍ତି ।
( ଯାଜପୁର ରୋଡ଼ରୁ ବିନୟ ରାଉତଙ୍କ ରିପୋର୍ଟ )