ଭୁବନେଶ୍ୱର : କଂଗ୍ରେସକର୍ମୀମାନେ ପୁରୀ ପରେ ଭଦ୍ରକରେ ଯେଭଳି ବାଡିଆପିଟା ହୋଇଛନ୍ତି ତାହାକୁ ନେଇ ଏବେ ଦଳରେ ଆରମ୍ଭ ହୋଇ ମାନସ ମନ୍ଥନ । ରାଜ୍ୟ ସଭାପତି ଓ କେନ୍ଦ୍ରୀୟ ପ୍ରଭାରୀଙ୍କ ଉପସ୍ଥିତିରେ ଏଭଳି କାଣ୍ଡ ପଛରେ କିଏ ରହିଛି ତାହାକୁ ନେଇ ଖୋଳତାଡ ଆରମ୍ଭ ହୋଇଛି । ତେବେ ଏହା ପଛରେ ନିଜକୁ କଂଗ୍ରେସର ସର୍ବେସର୍ବା ବୋଲାଉଥିବା କିଛି ଯୁବନେତା ଓ ତାଙ୍କର ରିଙ୍ଗମାଷ୍ଟରଙ୍କ ଆଡକୁ ଅଙ୍ଗୁଳି ନିର୍ଦ୍ଦେଶ ହୋଇଛି । ଏମାନଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନହେଲେ ଦଳ ବୁଡିଯିବ ବୋଲି କିଛି ବରିଷ୍ଠ ନେତା ମତ ଦେଉଛନ୍ତି ।
ପୁରୀ ଠାରେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଓ କେନ୍ଦ୍ରୀୟ ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ଉପସ୍ଥିତିରେ କଂଗ୍ରେସ କର୍ମୀମାନେ ବାଡିଆପିଟା ହେଲେ । ଏଭଳି ଗଣ୍ଡଗୋଳ ପୂର୍ବ ପ୍ରସ୍ତୁତ ବୋଲି ସ୍ପଷ୍ଟ ବାରିହୋଇ ପଡୁଥିଲା । ତେବେ ଏହା ଦର୍ଶାଇଲା ଯେ ଦଳରେ ବିଶୃଙ୍ଖଳା ଚରମ ସୀମାରେ ପହଞ୍ଚିଛି ।
ପୁରୀ ଗଣ୍ଡଗୋଳକୁ ଦଳୀୟ ନେତାମାନେ କୌଣସି ପ୍ରକାରେ ତାଳି ପକାଇବା ଉଦ୍ୟମ କଲାବେଳକୁ ଆଜି ଭଦ୍ରକରେ ଅନୁରୂପ କାଣ୍ଡ ଘଟିଛି । ତେଣୁ ଏହା ଯେ ତତ୍କ୍ଷଣାତ ହେଉନାହିଁ ତାହା ସ୍ପଷ୍ଟ ହେବାରେ ଲାଗିଛି । ନିରଞ୍ଜନଙ୍କୁ ବିରୋଧ କରିବାପାଇଁ ଗୋଟିଏ ଗୋଷ୍ଠି ଏବେ ପୂରା ଦମ୍ରେ ଲାଗିଥିବାବେଳେ ଓଡିଶା ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ମନ୍ତବ୍ୟ ସେମାନଙ୍କୁ ଆହୁରି ହତାଶ କରିଛି । କାରଣ ଦୁଇଦିନ ତଳେ ଗଣମାଧ୍ୟମ ପ୍ରତିନିଧିମାନେ ରାଜ୍ୟ ସଭାପତି ପରିବର୍ତ୍ତନ ନେଇ ପ୍ରଶ୍ନ କରିଥିବାବେଳେ ତାହା ଏବେ ନୁହେଁ ବୋଲି ଶ୍ରୀ ସିଂହ ସ୍ପଷ୍ଟ କରିଛନ୍ତି । ଯେହେତୁ ଶ୍ରୀ ସିଂହ ହେଉଛନ୍ତି କଂଗ୍ରେସର ଜାତୀୟ ସଭାପତି ରାହୁଳ ଗାନ୍ଧୀଙ୍କର ଅତ୍ୟନ୍ତ ନିକଟତର ତେଣୁ ତାଙ୍କ ମନ୍ତବ୍ୟରେ ନିରଞ୍ଜନ ବିରୋଧି ଗୋଷ୍ଠି ହତାଶ ହୋଇ ଏଭଳି କାଣ୍ଡ ଘଟାଉଛନ୍ତି । ଏହା ପଛରେ ଦଳରେ କିଛି ବରିଷ୍ଠ ଓ ଅସନ୍ତୁଷ୍ଟ ନେତାଙ୍କ ହାତ ଥିବା ଚର୍ଚ୍ଚା ହେଉଛି । ତେବେ ଏଭଳି କାଣ୍ଡକୁ ରୂପ ଦେଉଛନ୍ତି ଏବେ ପ୍ରଦେଶ କଂଗ୍ରେସରେ ନିଜକୁ ସର୍ବେସର୍ବା ଭାବୁଥିବା କିଛି ଯୁବ ନେତା । ଦଳର ରାଜ୍ୟ କାର୍ଯ୍ୟାଳୟକୁ ଏକ ପ୍ରକାର ଆରଟିଆଇ ସେଲ୍ରେ ପରିଣତ କରିଥିବା ଏହି ଯୁବନେତାମାନେ ଏବେ ପ୍ରତିଦିନ ନିରଞ୍ଜନ ହଟାଓ ଅଭିଯାନକୁ ନୂଆ ନୂଆ ରୂପ ଦେବାରେ ଲାଗିଛନ୍ତି । କେତେବେଳେ ଦଳର ସଭାପତିଙ୍କ
ଅଗୋଚରରେ ସାମ୍ବାଦିକ ସ୧ିଳନୀ କରୁଛନ୍ତି ତ ଆଉ କେତେବେଳେ ବିବୃତ୍ତିମାନ ଜାରି କରିବାରେ ଲାଗିଛନ୍ତି ।
ଏହା ଫଳରେ ସେମାନେ ନିଜ ନିଜର ପ୍ରଚାର ଚଳାଇଥିବା ଦଳୀୟ କର୍ମୀମାନେ ଅଭିଯୋଗ କରୁଛନ୍ତି । ଏହି ଯୁବନେତାମାନେ ଦଳର ସମସ୍ତ ଶୃଙ୍ଖଳାକୁ ଏକ ପ୍ରକାର ସମାଧି ଦେଇ ଦେଲେଣି । ଅବସ୍ଥା ଏଭଳି ହୋଇଛି ଯେ ନିରଞ୍ଜନ ପଟ୍ଟନାୟକଙ୍କୁ ସଭାପତି ପଦରୁ ହଟାଇବାପାଇଁ ଯେତେ ଲୋକ ଆଗ୍ରହୀ ଏହି ଯୁବନେତାମାନେ ସେମାନଙ୍କ ସହିତ ହାତ ମିଳାଇ କାର୍ଯ୍ୟ କରୁଛନ୍ତି । ରାଜ୍ୟର କ୍ଷମତାସୀନ ଦଳ ବିରୁଦ୍ଧରେ ଅଭିଯାନ ଆରମ୍ଭ କରି ଟ୍ରାକକୁ ଫେରିବା ବଦଳରେ ନିଜ ଦଳର ସଭାପତିଙ୍କୁ ତଡିବାପାଇଁ ଏମାନେ ଯେଭଳି ଦିନ ରାତି ଲାଗି ପଡିଛନ୍ତି ତାହା ଅନେକ ପୁରୁଖା କଂଗ୍ରେସ ନେତାଙ୍କୁ ବି ଚିନ୍ତାରେ ପକାଇଛି । ଯଦି ତୁରନ୍ତ ଏଭଳି ବିଶୃଙ୍ଖଳା ଉପରେ କେନ୍ଦ୍ରୀୟ ନେତାମାନେ ଲଗାମ ନଲଗାନ୍ତି ତେବେ ଓଡିଶାରେ ଏବେ ବି କଂଗ୍ରେସକୁ ଜାବୁଡି ଧରିଥିବା ଅନେକ ନେତା ଓ କର୍ମୀ ଅନ୍ୟ ଦଳକୁ ବାଟ କାଟିବେ ବୋଲି ମତ ସେମାନେ ମତ