ଓ୍ୱାଶିଂଟନ() ଆରପାରିରେ copy-pasteର ଜନକସଫ୍ଟଓ୍ୱୟାର ଇଞ୍ଜିନିୟର ଲରି ଟେସ୍ଲର।୭୪ ବର୍ଷ ବୟସରେ ଏବେ ତାଙ୍କର ପରଲୋକ ହୋଇଛି।
ଲେରି ଟେସ୍ଲର ୧୯୬୦ରେ ଆମେରିକାର ସିଲିକନ ଭ୍ୟାଲିରେ କମ୍ୟୁଟର ଇଞ୍ଜିନିୟର ଭାବରେ କାମ ଆରମ୍ଭ କରିଥିଲେ। କାମକୁ ସରଳ କରିବାକୁ ଯାଇ Ctrl+C (କପି) ଏବଂ Ctrl+V (ପେଷ୍ଟ)ଆବିଷ୍କାର କରିଥିଲେ। ନିଜର ଚାକିରୀ କାଳ ଭିତରେ ଲରି ଅଧିକାଂଶ ସମୟ ଜେରକ୍ସ କମ୍ପାନୀରେ କାମ କରିଥିଲେ। ଜେରକ୍ସରେ ଥିବା ବେଳେ Ctrl+C ଏବଂ Ctrl+V ର ଆବିଷ୍କାର କରିଥିଲେ। ଲରିଙ୍କ ମୃତ୍ୟୁରେ ଜେରକ୍ସ କମ୍ପାନୀ ଟୁଇଟ କରି ଶୋକ ପ୍ରକାଶ କରିଛି।