Odia News Portal

ତେଲୁଗୁ ଇଣ୍ଡଷ୍ଟ୍ରୀରେ ଡେବ୍ୟୁ କରିବେ ଏହି ଅଭିନେତ୍ରୀ

ସାଉଥ୍‌ ଫିଲ୍ମରେ ଡେବ୍ୟୁ କରିବେ ବଲିଉଡ୍‌ ଅଭିନେତ୍ରୀ ଅନନ୍ୟା ପାଣ୍ଡେ। ସେ ନିର୍ଦ୍ଦେଶକ ପୁରୀ ଜଗନ୍ନାଧଙ୍କ ଫିଲ୍ମରେ ଅଭିନେତା ବିଜୟ ଦେବରକୋଣ୍ଡାଙ୍କ ସହ ନଜର ଆସିବେ। ଏଥିରେ ଅନନ୍ୟା ଲିଡ୍‌ ରୋଡ୍‌ରେ ଅଭିନୟ କରିବେ। ଫିଲ୍ମର ନାଁ ‘ଫାଇଟର’। ଏହି ମୁଭି ହିନ୍ଦୀ ଏବଂ ତେଲୁଗୁ ଭାଷାରେ ତିଆରି କରାଯିବ। ଏହାଛଡ଼ା ଆହୁରି କେତେକ ଭାଷାରେ ମଧ୍ୟ ରିଲିଜ୍‌ ହେବ।

ପୁରୀ ଜଗନ୍ନାଧ ଟୁଇଟ୍‌ କରି ଲେଖିଛନ୍ତି ଯେ ‘ପ୍ୟାନ୍‌ ଇଣ୍ଡିଆ ଭେଞ୍ଚରରେ ବିଜୟ ଦେବରକୋଣ୍ଡାଙ୍କ ସହ ଅନନ୍ୟା, ଆପଣଙ୍କୁ ସ୍ୱାଗତ କରି ଖୁସି ହେଉଛି। ଫିଲ୍ମକୁ କରଣ ଜୋହର, ଚାର୍ମି କୌର ଓ ଅପୂର୍ବା ମେହେରା ପ୍ରଡ୍ୟୁସ୍‌ କରୁଛନ୍ତି। ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେବାରେ ମଜା ଆସିବ’।

ସେପଟେ ଅନନ୍ୟା ପାଣ୍ଡେ ଓ ବିଜୟ ଦେବରକୋଣ୍ଡା ମଧ୍ୟ ଟୁଇଟ୍‌ କରି ପରସ୍ପରକୁ ସ୍ୱାଗତ କରିଛନ୍ତି। କହି ରଖୁଛୁ, ଫାଇଟର ବଲିଉଡ୍‌ କନେକ୍ଟ ଫିଲ୍ମ। ଏଥିରେ କରଣ ପ୍ରଡ୍ୟୁସର ଥିବା ବେଳେ ଅନନ୍ୟା ତେଲୁଗୁ ଇଣ୍ଡଷ୍ଟ୍ରୀରେ ନିଜର ଡେବ୍ୟୁ କରୁଛନ୍ତି। ସେ ପ୍ରଥମ ଥର ବିଜୟ ଦେବରକୋଣ୍ଡାଙ୍କ ସହ ନଜର ଆସିବେ।