Odia News Portal

ବିବାହରେ ଯୋଗଦେବା ପାଇଁ ଲୁଚିକି ପାକିସ୍ତାନ ଗଲେ ଏହି କଂଗ୍ରେସ ନେତା

ନୂଆଦିଲ୍ଲୀ()  ଏକ ବିବାହା ଉତ୍ସବରେ ଯୋଗଦେବା ପାଇଁ ପାକିସ୍ତାନକୁ ଲୁଚିକି ଗଲେ ଅଭିନେତା ତଥା କଂଗ୍ରେସ ନେତା ଶତ୍ରୁଘ୍ନ ସିହ୍ନା । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସେ ଲାହୋରରେ ଏକ ବିବାହ କାର୍ୟ୍ୟକ୍ରମରେ ଯୋଗ ଦେଇଥିବା କୁହାଯାଉଛି। ପରଭେଜ ମୁଗଲ ନାମକ ଜଣେ ପାକିସ୍ତାନୀ ଫଟୋଗ୍ରାଫର ନିଜ ଇନଷ୍ଟାଗ୍ରାମରେ ବିବାହର ଫଟୋ ଶେୟାର କରିଥିଲେ। ଫଟୋରେ ଶତ୍ରୁଘ୍ନ ସିହ୍ନା ନଜର ଆସିଥିଲେ।

https://www.instagram.com/p/B8wq_shBn0Z/?utm_source=ig_web_copy_link

କ୍ୟାପଶନରେ ପରଭେଜ ଲେଖିଛନ୍ତି, ହନା ଏବଂ ଅହମଦଙ୍କ କଓ୍ବାଲୀ ନାଇଟ୍ରେ ଶତ୍ରୁ ଜୀ। ଏହି ବିବାହ ଉତ୍ସବରେ ପାକିସ୍ତାନୀ ଷ୍ଟାର ରିମା ଉପସ୍ଥିତ ଥିଲେ। ଭାରତ-ପାକିସ୍ତାନ ତିକ୍ତତା ଭିତରେ ଶତ୍ରୁଘ୍ନ ସିହ୍ନାଙ୍କ ପାକିସ୍ତାନ ଗସ୍ତ ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି।