Odia News Portal

ଉଠବସ୍ ହେଲେ ମାଗଣାରେ ମିଳିବ ପ୍ଲାଟଫର୍ମ ଟିକେଟ୍

ନୂଆଦିଲ୍ଲୀ() ଏଣିକି ମାଗଣାରେ ମିଳିବ ପ୍ଲାଟଫର୍ମ ଟିକେଟ୍ । ରେଳ ମନ୍ତ୍ରାଳୟର ଏହି ସୁବିଧା ଆପଣ ଏବେ କେବଳ ଦିଲ୍ଲୀ ଆନନ୍ଦବିହାର ରେଳ ଷ୍ଟେସନରେ ହିଁ ପାଇପାରିବେ ।

ଭାରତୀୟ ରେଳ ମନ୍ତ୍ରାଳୟ ପକ୍ଷରୁ ଦିଲ୍ଲୀ ଆନନ୍ଦବିହାର ରେଳ ଷ୍ଟେସନରେ ଏକ ସ୍ୱତନ୍ତ୍ର ମେସିନ ଲଗାଯାଇଛି । ଯେଉଁଥିରେ ଆପଣ ମାଗଣରେ ରେଳ ଟିକେଟ ପାଇପାରିବେ ।

ତେବେ ଏଥିପାଇଁ ଆପଣଙ୍କୁ ଗୋଟେ ଛୋଟିଆ କାମ କରିବାକୁ ପଡିବ ଆମେସିନ ଆଗରେ ଆପଣଙ୍କୁ ଉଠବସ୍ ହେବାକୁ ପଡିବ । ସେ ବି ପୁଣି ୧୮୦ ସେକେଣ୍ଡ ଭିତରେ ମାତ୍ର ୩୦ ଥର । ଆଉ ଏଭଳି କରିବା ଦ୍ୱାରା ରେଳ ମନ୍ତ୍ରାଳୟ ପକ୍ଷରୁ ଆପଣଙ୍କୁ ମାଗଣାରେ ପ୍ଲାଟଫର୍ମ ଟିକେଟ ମିଳିବ ।

ତେବେ ଭାରତୀୟ ରେଲ ବିଭାଗ ପକ୍ଷରୁ ଏଭଳି ନିଆରା ଅଭିଯାନ ଫିଟନେସକୁ ପ୍ରୋତ୍ସାହିତ କରିବା ପାଇଁ ଆରମ୍ଭ କରାଯାଇଛି । ଏହି ମେସିନକୁ ଫିଟ୍ ଇଣ୍ଡିଆ ସିଟ୍ ଅପ୍ ମେସିନ ବୋଲି ନାଁ ଦିଆଯାଇଛି । ଆଉ ଏହି ମେସିନର ଏକ ଭିଡିଓ ଏବେ କେନ୍ଦ୍ର ରେଳ ମନ୍ତ୍ରୀ ପୀୟୁଷ ଗୋୟଲ ନିଜ ଟୁଇଟର ପେଜରେ ସେୟାର କରିଛନ୍ତି । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।