ଭୁବନେଶ୍ବର : କିଟ୍ ବିଶ୍ୱବିଦ୍ୟାଳୟରେ ପ୍ରଥମ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା (କେଆଇୟୁଜି) ପ୍ରତିଯୋଗିତା ଆସନ୍ତା ୨୧ ତାରିଖଠାରୁ ଆରମ୍ଭ ହେଉଛି । ପ୍ରଥମ ଖେଲୋ ଇଣ୍ଡଅି । ବିଶ୍ୱବିଦ୍ୟାଳୟ କ୍ରୀଡା଼ ପ୍ରଥମ କରି ଓଡ଼ିଶାର ଭୁବନେଶ୍ୱରର କିଟ୍ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ହେଉଥିବା ଓଡିଶା ପାଇଁ ଖୁସି ଓ ଗୌରବର ବିଷୟ । ଖେଲୋ ଇଣ୍ଡିଆ ହେଉଛି ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରାଳୟର ସର୍ବବହୃତ କ୍ରୀଡ଼ା ମହୋତ୍ସବ । ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଡ୍ରିମ୍ ପ୍ରୋଜେକ୍ଟ । ଶ୍ରୀ ମୋଦୀ କ୍ରୀଡ଼ାକୁ ସବର୍ଦା ଉତ୍ସାହିତ କରୁଥିବାରୁ ବିଶ୍ୱବିଦ୍ୟାଳୟସ୍ତରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ ବୃଦ୍ଧି ପାଇଛି ।
ସେହିପରି ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ସର୍ବଦା କ୍ରୀଡ଼ାକୁ ପ୍ରୋତ୍ସାହନ ଦେଇଆସୁଥିବା ବେଳେ ଖେଲୋ ଇଣ୍ଡିଆ ବିଶ୍ବବିଦ୍ୟାଳୟ କ୍ରୀଡ଼ାକୁ ମଧ୍ୟ ଆଗ୍ରହର ସହ ସହଯୋଗର ହାତ ବଢ଼ାଇଛନ୍ତି । ଏହି ମେଗା ପ୍ରତିଯୋଗିତା ଆୟୋଜନ କରି ଭାରତର କ୍ରୀଡ଼ା ଇତିହାସରେ ଓଡ଼ିଶା ଆଉ ଏକ ନୂତନ ଫର୍ଦ୍ଦ ଯୋଡ଼ିବାକୁ ଯାଉଛି ବୋଲି ଶୁକ୍ରବାର ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସୂଚନା ଦେଇଛନ୍ତି ।
କିଟ୍କୁ ଏହି ଆୟୋଜକ ବିଶ୍ୱବିଦ୍ୟାଳୟ ଭାବେ ଦାୟିତ୍ୱ ଦିଆଯାଇଥିବାରୁ ଶ୍ରୀ ସାମନ୍ତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭାରତ ସରକାର, ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ କରିଣ ରିଜିଜୁ, କେନ୍ଦ୍ର କ୍ରୀଡ଼ା ଓ ଯବୁ ବ୍ୟାପାର ମନ୍ତ୍ରାଳୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।