Odia News Portal

‘ଭୁଲ ଭୁଲୈୟା ୨’ର ସୁଟିଂ ଆରମ୍ଭ

ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ ଫିଲ୍ମ ‘ଭୁଲ ଭୁଲୈୟା ୨’ର ଜୟପୁର ସିଡ଼୍ୟୁଲର ସୁଟିଂ ଆରମ୍ଭ ହୋଇଯାଇଛି। ନିଜକୁ ବାବା ବେଶରେ ଦେଖି କାର୍ତ୍ତିକଙ୍କ ଖୁସି କହିଲେ ନ ସରେ। ସେ ଏହି ଗେଟଅପ୍‌ରେ ନିଜକୁ ଦେଖିବା ପରେ ହସି ହସିଗଡ଼ୁଥିବା ଦେଖାଯାଇଛି। ସେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି, ଯାହା ଖୁବ୍‌ ଭାଇରାଲ ହେଉଛି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଅନିସ୍‌ ବଜମୀ। ଏଥିରେ କିଆରା ଆଡଭାନୀ ମଧ୍ୟ ନଜର ଆସିବେ।

ପୂର୍ବରୁ ଅନିସ୍‌ ଇନ୍‌ଷ୍ଟାଗ୍ରାମ୍‌ରେ ‘ଭୁଲ ଭୁଲୈୟା ୨’ର କ୍ଲାପ୍‌ବୋର୍ଡ ହାତରେ ଧରି ଏକ ଫଟୋ ସେୟାର କରିଥିଲେ। ଫଟୋ ସେୟାର କରି କ୍ୟାପସନ୍‌ରେ ଲେଖିଥିଲେ ଜୟପୁର ସିଡ୍ୟୁଲର ସୁଟିଂ ଆରମ୍ଭ ହୋଇଛି। # BhoolBhulaiyaa2

ଅନ୍ୟପଟେ କାର୍ତ୍ତିକ ଆର୍ଯ୍ୟନ୍‌ ସେୟାର କରିଥିବା ଭିଡିଓରେ ତାଙ୍କ ଗେଟଅପ୍‌ ପୂରା ହଟ୍‌କେ ରହିଛି। ସେ ବେକ ଓ ହାତରେ ରୁଦ୍ରାକ୍ଷର ମାଳ, ଆଖିରେ କଳା ଚଷମା ଓ ମଥାରେ ତିଳକ ଲଗାଇ ଅବିକଳ ଅକ୍ଷୟ କୁମାରଙ୍କ ଭଳି ଦିଶୁଛନ୍ତି। ଫଟୋ ସେୟାର କରି ସେ କ୍ୟାପସନ୍‌ରେ ଲେଖିଛନ୍ତି ‘ଏହି ଲୁକ୍‌ରେ ହସ ହିଁ ରୋକି ହେଉନି… ଟିଙ୍ଗ୍‌.. ଡିଙ୍ଗ୍‌..ଆମ୍ବ ସିଜିନ୍‌ର ଆରମ୍ଭ’।

ସୂଚନାଯୋଗ୍ୟ ଯେ କାର୍ତ୍ତିକ ଆର୍ଯ୍ୟନ୍‌ ଲୋକପ୍ରିୟ ଫିଲ୍ମ ଭୁଲ ଭୁଲୈୟାର ସ୍ୱିକ୍ୱେଲରେ ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତା ଅକ୍ଷୟ କୁମାରଙ୍କ ଚରିତ୍ରରେ ନଜର ଆସିବେ। ଏହି ଫିଲ୍ମ ଚଳିତ ଜୁଲାଇ ୩୧ ତାରିଖରେ ରିଲିଜ୍‌ ହେବ।