Odia News Portal

ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଜଙ୍ଗଲରୁ ଜବତ ହେଲା ବିପୁଳ ପରିମାଣର ମାଓ ସାମଗ୍ରୀ

କୋରାପୁଟ ପୋଲିସକୁ ବଡ଼ ସଫଳତା। ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଜଙ୍ଗଲରୁ ଜବତ କରିଛି ବିପୁଳ ପରିମାଣର ମାଓ ସାମଗ୍ରୀ। ପଟାଙ୍ଗୀ ଥାନା ଅମ୍ପାବାଲି ଅଂଚଳର ତୁମ୍ବିଗୁଡା ଓ ପାନାବାଡି ନିକଟରୁ ମାଟି ତଳେ ୨ଟି ଡ୍ରମରେ ପୋତା ଯାଇଥିବା ମାଓ ସାମଗ୍ରୀକୁ ପୋଲିସ ଜବତ କରିଛି।

ଗୋଟିଏ ବନ୍ଧୁକ, ଗୋଟିଏ ପିସ୍ତଲ, ହେଣ୍ଡ ଗ୍ରେନେଡ୍‌, ୪ଟି ଇଲେକ୍ଟ୍ରିକ୍‌ ଡିଟୋନେଟର, ଗନ ପାଉଡର ସହ ବହୁ ପରିମାଣରେ ମାଓ ନଥିପତ୍ର ଜବତ ହୋଇଛି। ନନ୍ଦପୁର ଏରିଆ କମିଟିର ମାଓବାଦୀ ମାନେ ଏ ଅଂଚଳରେ ଚଳପ୍ରଚଳ କରୁଥିବା ଖବର ମଳିଥିଲା। ଏହାପରେ ବିଏସ୍‌ଏଫ, ଏସ୍‌ଓଜି, ଡିଭିଏଫ ତରଫରୁ କମ୍ବିଂ ଅପରେସନ କରାଯାଇଥିଲା ।