Odia News Portal

୧୩ ମୃତ ବିଦେଶୀ ପକ୍ଷୀ ଜବତ, ୩ ଗିରଫ

ଟାଙ୍ଗୀ: ଥମୁନି ପକ୍ଷୀ ଶୀକାର। ଜବତ ହେଲା ୧୩ବିଦେଶୀ ପକ୍ଷୀ। ପକ୍ଷୀ ଶୀକାର ଅଭିଯୋଗରେ ୩ଜଣ ଶିକାରୀଙ୍କୁ ଗିରଫ କରିଛି ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ। ବରୁଣପଡା ନିକଟ ଫିଟି ଖମ୍ବ ନିକଟରୁ ପକ୍ଷୀ ଶୀକାର କରାଯାଉଥିବା ଖବର ପାଇ ଚଢାଉ କରାଯାଇଥିଲା। ସେମାନଙ୍କ ନିକଟରୁ ମୃତ ପକ୍ଷୀ ସହ ଶୀକାର ପାଇଁ ବ୍ୟବହାର କରାଯାଉଥିବା ମେସିନ୍‌ ଡଙ୍ଗା ଜବତ ହୋଇଛି।