Odia News Portal

ଆଞ୍ଚଳିକ ବିକାଶ କେନ୍ଦ୍ରର ନୂତନ ପଦାଧିକାରୀଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ବର : ନୟାପଲ୍ଲୀ ୱାର୍ଡ଼ ନଂ- ୩୯ ଅଧିନରେ ଥିବା ନୂଆସାହି ଆଞ୍ଚଳିକ ବିକାଶ କେନ୍ଦ୍ରର ନୂତନ ପଦାଧିକାରୀ
ମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ସମ୍ବର୍ଦ୍ଧନା ଉସ୍‌ôବରେ ଅତିଥିଭାବେ ବରିଷ୍ଠ ନାଗରିକ ରାହାସ ବିହାରି ପାଣି, ଶ୍ୟାମସୁନ୍ଦର ସାହୁ, ନିରଞ୍‌ନ ସିଂହ,ବାଣୀ କୁମାର ନନ୍ଦ, ପ୍ରଭାତ କିଶୋର ରାଉତ ଓ ରମାନାଥ ସାମନ୍ତରାୟ ଉନସ୍ଥିତ ରହି ନୂତନ ପଦାଧିକାରୀ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

ସଭାପତି ଭାବେ ରମେଶ  ଚନ୍ଦ୍ର ନାୟକ, ଉପସଭାପତି ସ୍ୱପ୍ନେନ୍ଦୁ ସାମନ୍ତରାୟ, ସାଧାରଣ ସମ୍ପାଦକ ରାକେଶ କୁମାର ମହାନ୍ତି, ଯୁଗ୍ମ
ସମ୍ପାଦକ ମିଲନ କୁମାର ପାଇକରାୟ, ବାମନ ଚରଣ ପାତ୍ର କୋଷାଧ୍ୟକ୍ଷ ରୁଦ୍ର ନାରାୟଣ ସ୍ୱାଇଁ, ସହ କୋଷାଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ଦାସ୍ ଅଡ଼ିଟର ଭରତ ଚନ୍ଦ୍ର ମିଶ୍ର, କାର୍ଯ୍ୟ ନିର୍ବାହି ସଦସ୍ୟ ସଂଜିବ କୁମାର ମିଶ୍ର, ବରଦା ପ୍ରସନ୍ନ ପଟ୍ଟନାୟକ, ଅରୁଣ କୁମାର ସ୍ୱାଇଁ, ପ୍ରଭାତ କୁମାର ପୃଷ୍ଟି, ଅରୁଣ କୁମାର ସାବତ, ସୁମନ୍ତ କୁମାର ସାମନ୍ତରାୟଙ୍କ ସମେତେ ବରଷ୍ଠ ନାଗରିକ ମଧୂସୁଦନ ମହାପାତ୍ର ରମେଶ ଚନ୍ଦ୍ର ମହାନ୍ତି, ସାଧୁଚରଣ ନାୟକ ଓ ଅକ୍ଷୟ କୁମାର ବାରିକଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା ।

ଏହି ଅବସରରେ ଏକ ନୈଶ୍ୟ ଭୋଜିର ଆୟୋଜନ କରାଯାଇଥିଲା । ଆଗାମୀ ଦିନରେ ୱାର୍ଡ଼ ନଂ-୩୯ ଅଧ୍‌ôନରେ ଯେତେ ସବୁ ସଂଗଠନ ଅଛି ସମସ୍ତେ ମିଶି ଅଞ୍ଚଳର ବିକାଶ ନିମନ୍ତେ କିପର ଭାବେ କାର୍ଯ୍ୟ କରାଯିବ ସେ ବିଷୟରେ ଆଲୋଚନା ହେବା ସହ ନୂତନ ପଦାଧିକାରୀ ମାନେ ନିଜନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟ୍‌କ୍ରମରେ ଅଞ୍ଚଳର
ଅନେକ ବରିଷ୍ଠ ନାଗରିକ ଓ ଯୁବ ବନ୍ଧୁ ମାନେ ଉପସ୍ଥିତ ଥିଲେ ।