Odia News Portal

କ’ଣ ପାଇଁ ଫସିଲେ ମାହିରା ଶର୍ମା, ଆସନ୍ତୁ ଜାଣିବା

‘ବିଗ୍‌ ବସ୍‌ ୧୩’ରେ ନଜର ଆସିଥିବା ମାହିରା ଶର୍ମା ଶୋ’ରୁ ଖୁବ୍‌ ଲୋକପ୍ରିୟତା ହାସଲ କରିଛନ୍ତି। ଶୋ’ରୁ ଆସିବା ପରେ ସେ ଏକ ବଡ଼ ମାମଲାରେ ଫସିଯାଇଛନ୍ତି। କିଛିଦିନ ପୂର୍ବେ ମାହିରା ଏକ ଫଟୋ ଶେୟାର କରି ଲେଖିଥିଲେ ଯେ ତାଙ୍କୁ ଦାଦା ସାହେବ ଫାଲ୍‌କେ ଆଓ୍ଵାର୍ଡ ମିଳିଛି। ଏହି ଆଓ୍ଵାର୍ଡ ତାଙ୍କୁ ବିଗ୍‌ ବିସ୍‌ର ସବୁଠାରୁ ଫ୍ୟାଶନେବୁଲ୍‌ ପ୍ରତିଯୋଗୀ ରୂପେ ଦିଆଯାଇଛି। କିନ୍ତୁ ଏବେ ଏହି ସାର୍ଟିଫିକେଟ୍‌କୁ ନକଲି ବୋଲି କୁହାଯାଉଛି।

ମାହିରାଙ୍କ ଦାବିକୁ ଦାଦା ସାହେବ ଫାଲ୍‌କେ ଟିମ୍‌ ମିଛ ବୋଲି କହିଛି। ଏହା ଉପରେ ମାହିରା ଶର୍ମାଙ୍କ ପ୍ରତିକ୍ରିୟା ମଧ୍ୟ ଆସିଛି। ସେ କହିଛନ୍ତି ଯେ ‘ଦାଦା ସାହେବ ଫାଲ୍‌କେ ଟିମ୍‌ ରବିବାର ଏକ ଷ୍ଟେଟ୍‌ମେଣ୍ଟ ଜାରି କରିଥିଲା। ମୁଁ ମାହିରା ଶର୍ମା ଆପଣମାନଙ୍କୁ ଜଣାଇବାକୁ ଚାହୁଁଛି କି, ମୋ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ଗୁରୁତ୍ୱହୀନ ଏବଂ ଅସତ୍ୟ’।

ମାହିରାଙ୍କ ଏହି ଦାବି ଉପରେ DPIFFର ଅଫିସିଆଲ ଟିମ୍‌ କହିଛି, କୌଣସି ବି ଟିମ୍‌ ମେମ୍ବର ମାହିରାଙ୍କୁ ଏହି ସାର୍ଟିଫିକେଟ୍‌ ଦେଇନି। ମାହିରା ନକଲି ସାର୍ଟିଫିକେଟ୍‌ ତିଆରି କରିଛନ୍ତି। ମାହିରାଙ୍କ ଏହି କାଯ୍ୟର୍କୁ ଭୁଲ୍‌ ବୋଲି ଦର୍ଶାଇ ଟିମ୍‌ ତାଙ୍କ ବିରୋଧରେ ଏକ ଇଣ୍ଟିମେଶନ ଲେଟର୍‌ ଜାରି କରିଛି। ଏହାସହ ଦୁଇଦିନ ଭିତରେ ସାର୍ବଜନୀନ ରୂପେ କ୍ଷମା ମାଗିବାକୁ ଟିମ୍‌ କହିଛି। ଯଦି ସେ ଏପରି ନ କରନ୍ତି, ତେବେ ତାଙ୍କ ଉପରେ ଆଇନଗତ କାଯ୍ୟର୍ାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି।

ସେପଟେ ମାହିରା ନିଜ ସୋସିଆଲ ମିଡିଆରେ ଏକ ପୋଷ୍ଟ ଶେୟାର କରି କହିଛନ୍ତି, ‘ଦାଦା ସାହେବ ଫାଲ୍‌କେ ଟିମ୍‌ର ପ୍ରମଲ ମେହତାଙ୍କ ତରଫରୁ ତାଙ୍କ ପାଖକୁ ମେଲ୍‌ ଆସିଥିଲା। ଏହି ମେଲ୍‌ ଜରିଆରେ ସେ ମୋତେ ବିଗ୍‌ ବସ୍‌ର ମୋଷ୍ଟ ଫ୍ୟାଶନେବୁଲ୍‌ କଣ୍ଟେଷ୍ଟାଣ୍ଟର ଆଓ୍ଵାର୍ଡ ଦେବା ନେଇ ସୂଚନା ଦେଇଥିଲେ। ଏହାପରେ ମୋ ମ୍ୟାନେଜର ଆଓ୍ଵାର୍ଡ ରିସିଭ୍‌ କରିଥିଲେ। ସେହି ସମୟରେ ମୁଁ ମିଡିଆ ବାଇଟ୍‌ ମଧ୍ୟ ଦେଇଥିଲି। ପୁଣି ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ଆଓ୍ଵାର୍ଡର ଫଟୋ ଦେଇଥିଲି। ଏଥିପାଇଁ ମୋ ଉପରେ ଆସିଥିବା ଅଭିଯୋଗ ଭିତ୍ତିହୀନ’।