Odia News Portal

ଦିଲ୍ଲୀରେ ସିଏଏ ନିଆଁ : ୧୦ ମୃତ, ୧୮୬ ଆହତ

ନୂଆଦିଲ୍ଲୀ :  ଦିଲ୍ଲୀରେ ସିଏଏ ବିରୋଧୀ ହିଂସାରେ ମୃତକଙ୍କ ସଂଖ୍ୟା ୧୦ ଛୁଇଁଛି। ଗୁରୁତର ଅବସ୍ଥାରେ ଜେଟିବି ହସ୍ପିଟାଲେର ଚିକିତ୍ସିତ ହୋଉଥିବା ଜଣେ ବ୍ୟକ୍ତି ଆଜି ପ୍ରାଣ ହରାଇଛନ୍ତି। ଏନେଇ ଦିଲ୍ଲୀ ପୋଲିସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ସୂଚନା ଦିଆଯାଇଛି। ଆହୁରି ମଧ୍ୟ ମୌଜପୁର, ଜାଫରାବାଦ, ଚାନ୍ଦବାଗ, କରଓ୍ୱାଲ ନଗରରେ ଧାରା ୧୪୪ ଲଗାଯାଇଥିବା ସୂଚନା ମିଳିଛି।

ସୂଚନାନୁସାରେ, ଦେଶର ରାଜାଧାନୀ ଦିଲ୍ଲୀର ଉତ୍ତର-ପୂର୍ବ ପ୍ରାନ୍ତରେ ଗତ ରବିବାର ଦିନ ସିଏଏ ବିରୋଧୀ ଓ ସପକ୍ଷବାଦୀ ମୁହାଁମୁହିଁ ହୋଇଥିଲେ। ଏଥିରେ ଉଭୟ ପକ୍ଷ ମଧ୍ୟରେ ପଥରମାଡ କରାଯାଇଥିଲା। ଏହାକୁ ରୋକିବାକୁ ପୋଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା। ପରେ ଏହି ହିଂସାକାଣ୍ଡ ବ୍ୟାପକ ହୋଇଥିଲା। ଉତ୍ତର-ପୂର୍ବ ଦିଲ୍ଲୀରେ ଘଟିଥିବା ଏହି ହିଂସା ଏବେବି ଅଣାୟତ ରହିଛି। ଗତକାଲି ପରି ଆଜି ମଧ୍ୟ ମୌଜପୁର ଓ ବ୍ରହ୍ମାପୁରୀ ଅଞ୍ଚଳରେ ପଥରମାଡ ହୋଇଛି। ଏହି ଘଟଣାରେ ଶତାଧିକ ଆହତ ହୋଇଛନ୍ତି। ଗୁରୁତରଙ୍କ ସଂଖ୍ୟା ୧୮୬ରୁ ଅଧିକ ବୋଲି ଜଣାପଡିଛି। ଆହତଙ୍କ ମଧ୍ୟରେ ପୋଲିସ ୫୬ଜଣ କର୍ମୀ, ସାମ୍ବାଦିକ ଓ ଦମକଳ ବାହିନୀର କର୍ମୀ ମଧ୍ୟ ସାମିଲ ଅଛନ୍ତି।

ଆଜି ସକାଳୁ ଏହି ସମସ୍ତ ସ୍ଥାନରେ ପରିସ୍ଥିତି ଉତ୍ତେଜନାମୂଳକ ରହିଛି। ତେବେ ପରିସ୍ଥିତିକୁ ଶାନ୍ତ ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଗତକାଲିରୁ ଆଜି ଯାଏଁ ମୌଜପୁର ଅଞ୍ଚଳରେ ୪୫ରୁ ଅଧିକ ହିଂସାକାଣ୍ଡ ଘଟିଥିବା ସୂଚନା ମିଳିଛି। ବିକ୍ଷୋଭକାରୀ ଏକ ଦମକଳ ଗାଡିକୁ ଜାଳିଦେଇଛନ୍ତି। ଆଉ ଏକା ଗାଡିକୁ ପଥର ମାରି ଭାଙ୍ଗି ଦେଇଥନ୍ତି। ଏଥିରେ ୩ଜଣ ଆଗ୍ନିକ ଗୁରୁତର ଆହତ ହୋଇଛନ୍ତି। ଜଣେ ଟେଲିଭିଜନ ସାମ୍ବାଦିକ ମଧ୍ୟ ଆହତ ହୋଇଥିବା ଖବର ମିଳିଛି। ତେବେ ମୃତକଙ୍କ ମଧ୍ୟରେ ଜଣେ ପୋଲିସ ହେଡ୍ କନଷ୍ଟେବଳ ରହିଛନ୍ତି।