ଆପଣମାନଙ୍କ ପାଇଁ ଜରୁରୀ ଖବର। ଆସନ୍ତା ମାର୍ଚ୍ଚ ମାସରେ ଲଗାତାର ୮ ଦିନ ପର୍ଯ୍ୟନ୍ତ ବ୍ୟାଙ୍କରେ କୌଣସି କାମ ହୋଇପାରିବ ନାହିଁ। ଲଗାତାର ୮ଟି ଦିନ ବ୍ୟାଙ୍କ ବନ୍ଦ ରହିବା କାରଣରୁ ଆପଣ ଟଙ୍କା କିମ୍ବା ଚେକ୍ ଦେବା ନେବାର କାମ କରିପାରିବେ ନାହିଁ। ଏହିକାରଣୁ ଆପଣ ଅସୁବିଧାର ସମ୍ମୁଖୀନ ହେବା ପୂର୍ବରୁ ନିଜର ପ୍ରସ୍ତୁତି କରିନିଅନ୍ତୁ। ନଚେତ୍ ଆପଣଙ୍କୁ କ୍ଷତି ସହିବାକୁ ପଡିପାରେ।
ଆସନ୍ତା ୮ ରୁ ୧୫ ମାର୍ଚ୍ଚ ପର୍ଯ୍ୟନ୍ତ ସମସ୍ତ ସରକାରୀ ବ୍ୟାଙ୍କ ବନ୍ଦ
ଏକ ପ୍ରତିଷ୍ଠିତ ସରକାରୀ ବ୍ୟାଙ୍କ ଅଧିକାରୀଙ୍କ କହିବାନୁଯାୟୀ ଆସନ୍ତା ୮ ମାର୍ଚ୍ଚ ରୁ ୧୫ ମାର୍ଚ୍ଚ ପର୍ଯ୍ୟନ୍ତ ବ୍ୟାଙ୍କ କାମ ସମ୍ପୂର୍ଣ୍ଣ ବନ୍ଦ ରହିବାର ଆଶଙ୍କା ରହିଛି। ସୂଚନା ମୁତାବକ ୮ ମାର୍ଚ୍ଚରେ ରବିବାର। ଏହାପରେ ୯,୧୦ ମାର୍ଚ୍ଚରେ ହୋଲି କାରଣରୁ ଅଧିକାଂଶ ରାଜ୍ୟରେ ବ୍ୟାଙ୍କ ବନ୍ଦ ରହିବ। ସରକାରୀ ବ୍ୟାଙ୍କ କର୍ମଚାରୀ ଫେଡେରେଶନ ଅଫ ଇଣ୍ଡିଆ (ବିଇଏଫଆଇ) ମାର୍ଚ୍ଚ ୧୧ରୁ ୧୩ ମଧ୍ୟରେ ଦେଶବ୍ୟାପୀ ଆନ୍ଦୋଳନକୁ ଓହ୍ଲାଇବ । ମାର୍ଚ୍ଚ ୧୪ରେ ଶନିବାର ଓ ୧୫ରେ ରବିବାର ପଡୁଥିବାରୁ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ । ଏହିକାରଣରୁ ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ କୌଣସି କାମ ହୋଇପାରିବ ନାହିଁ । ଅଧିକାରୀଙ୍କ କହିବାନୁଯାୟୀ କିଛି ରାଜ୍ୟରେ ଆସନ୍ତା ୯ ମାର୍ଚ୍ଚରେ ହୋଲି ଛୁଟି କରାଯିବ ନାହିଁ। ଅର୍ଥାତ ଆଶିଂକ ରୂପେ କାମ କରିପାରେ।
ଏହିକାରଣରୁ ହେବ ଆନ୍ଦୋଳନ
ସଂଗଠନ ସହିତ ଜଡ଼ିତ ଅଧିକାରୀ କହିଛନ୍ତି, ବ୍ୟାଙ୍କ କର୍ମଚାରୀ ନିଜର ଦରମାକୁ ନେଇ ଆନ୍ଦୋଳନ କରୁଛନ୍ତି । କାରଣ ପ୍ରତି ୫ ବର୍ଷରେ ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀଙ୍କ ଦରମା ବୃଦ୍ଧି ହୋଇଥାଏ। ଏହି ନିୟମ ଜରିଆରେ ସରକାର ଗତ ୨୦୧୨ ମସିହାରେ ଦରମା ରିଭାଇଜ୍ କରିଥିଲେ। କିନ୍ତୁ ଏହାପରେ କୌଣସି ପଦକ୍ଷେପ ନେଇ ନାହାନ୍ତି। ରିପୋର୍ଟ ଅନୁଯାୟୀ ବ୍ୟାଙ୍କ ସଂଗଠନ ସରକାରଙ୍କୁ ୨ଟି ସାପ୍ତାହିକ ଅବକାଶ ମାଗିଥିଲେ । କିନ୍ତୁ ଏହି ଦାବି ମଧ୍ୟ ପୂରଣ ହୋଇନଥିଲା। ଏହିକାରଣରୁ ପୁଣି ଥରେ ବ୍ୟାଙ୍କ କର୍ମଚାରୀ ଆନ୍ଦୋଳନ କରିବା ପାଇଁ ନିଷ୍ପତି କରିଛନ୍ତି।