Odia News Portal

ଉଦଘାଟିତ ହେଲା କୁହୁତାନ ୨୦୨୦

ଭୁବନେଶ୍ବର : ଉଦଘାଟିତ ହେଇଛି କୁହୁତାନ ୨୦୨୦ । କିଟ୍‌ ପଲିଟେକ୍‌ନିକର ବାର୍ଷିକ ଉତ୍ସବ କୁହୁତାନ ୨୦୨୦ର ଉଦଘାଟନ କରିଛନ୍ତି କିଟ ଓ କିସର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ । ମୁଖ୍ୟ ଅତିଥି ଭାବେ ଡକ୍ଟର କେ.ରାମ ଯୋଗଦେଇଥିଲେ। ତାଙ୍କୁ ଡକ୍ଟର ଅଚ୍ୟୁତ ସାମନ୍ତ ସମ୍ମାନିତ କରିଥିଲେ। ଛାତ୍ରଛାତ୍ରୀମାନେ କିପରି ଆଗକୁ ବଢିବେ ସେ ନେଇ ପିଲାଙ୍କୁ ବୁଝାଇଥିଲେ ଡକ୍ଟର କେ. ରାମ। ପିଲାମାନେ କିପରି ଉଜ୍ୱଳ ଭବିଷ୍ୟତ ଗଢିବେ ସେ ନେଇ ପରାମର୍ଶ ଦେଇଥିଲେ ଡକ୍ଟର ଅଚ୍ୟୁତ ସାମନ୍ତ।

ଏହି ଅବସରରେ ‘କର୍ମକାର’ ପତ୍ରିକା ଉନ୍ମୋଚିତ ହୋଇଥିଲା। କିଟ୍‌ ଓ କିସ ର ସମ୍ପାଦକ, ଆର୍‌.ଏନ ଦାସ୍‌., କିଟ୍‌ ପଲିଟେକନିକ୍‌ର ଅଧ୍ୟକ୍ଷ ଡକ୍ଟର ପି.ଆର ତ୍ରିପାଠୀଙ୍କ ସମେତ ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଏହି ଅବସରରେ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା।