Odia News Portal

ପୋଖରୀ ବୁଡି ୫ମ ଶ୍ରେଣୀ ଛାତ୍ର ମୃତ

ଟାଙ୍ଗୀ : ଖୋରଧା ଜିଲ୍ଲା  ଟାଙ୍ଗୀ ଥାନା  ଉଜ୍ଜଳା ଗୋପୀନାଥ ପୁର ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ପୋଖରୀରେ ବୁଡି ନାବାଳକର ମୃତ୍ୟୁ ହୋଇଥିବା  ସୂଚନା।  ନାବାଳକର ନାମ ବିଜୟ ଦାସ ଓ ସେ ସ୍ଥାନୀୟ ସରକାରୀ  ବିଦ୍ୟାଳୟରେ ୫ମ ଶ୍ରେଣୀରେ ପଢୁଥିବା  ଜଣାପଡିଛି। ସବୁ ଦିନ ଭଳି ଆଜି ବିଜୟ ପୋଖରୀକୁ ଗାଧୋଇବାକୁ ଯାଇଥିଲା, ମାତ୍ର ପୋଖରୀ ର ଗାଧୁଆ ତୁଠରେ ଶିଉଳି ଲାଗି ଥିବାରୁ  ତାର ଗୋଡ ଖସିଯାଇଥିଲ।

ଯାହାଫଳରେ  ବିଜୟ  ପୋଖରୀ ଭିତରେ ବୁଡି ଯାଇଥିଲା। ସ୍ଥାନୀୟ ଲୋକେ ବିଜୟ କୁ ଉଦ୍ଧାର କରି ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରିବାର ଲୋକେ ବିଜୟକୁ ସେଠାରୁ  ଗୁରୁତର ଅବସ୍ଥାରେ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ ।  ତେବେ ସେଠାରେ ଡାକ୍ତର ବିଜୟକୁ ମୃତ ଘୋଷଣା କରିଛନ୍ତି। ଟାଙ୍ଗୀ ପୋଲିସ୍ ଶବ ଜଵତ କରି ତଦନ୍ତ ଚଳାଇଛି ।