ରାଉରକେଲା: ଇସ୍ପାତ ନଗରୀ ରାଉରକେଲାରେ ଲଜ୍ଜା । ପୁଣି ଲାଗିଲା ଗୁରୁ ଶିଷ୍ୟ ସମ୍ପର୍କରେ ଦାଗ । ସାନ ଭାଇର ଆଡ଼ମିଟ କାର୍ଡ ଓ ବକେୟା ଫିସ ଛାଡ଼ ଦେବାକୁ ଡାକି ପୁରାତନ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଦୁଷ୍କର୍ମ ବାବଦରେ କାହାକୁ ଜଣାଇଲେ ଜୀବନରୁ ମାରି ଦେବାକୁ ଧମକ । ଏହିଭଳି ଗୁରୁତର ଅଭିଯୋଗ ଆଣିଲେ ଏକ ବେସରକାରୀ ହିନ୍ଦୀ ମାଧ୍ୟମ ବିଦ୍ୟାଳୟର ପୂର୍ବତନ ଛାତ୍ରୀ ।
ଉକ୍ତ ଘଟଣାକୁ ନେଇ ଯୁବତୀ ଏସପିକୁ ଦେଖା କରିବା ପରେ ପୋଲିସ କାର୍ଯାନୁଷ୍ଠାନ ଆରମ୍ଭ କରିଛି । ପୋଲିସ ଏକ ମାମଲା ରୁଜୁ କରି ଘାଟଣାର ତଦନ୍ତ କରିବା ସହ ଅଭିଯୁକ୍ତକୁ ଗିରଫ କରିଛି । ତେବେ ଗତବର୍ଷ ଡିସେମ୍ବର ୮ ତାରିଖ ରବିବାର ଦିନ ସ୍କୁଲ ଛୁଟି ଦିନରେ ଏହିଭଳି ଗୁରୁତର କାଣ୍ଡ ଘଟିଥିବା ନେଇ ଅଭିଯୋଗ ହୋଇଛି । ଅଭିଯୁକ୍ତ ଶିକ୍ଷକ ତଥା ସ୍କୁଲର ସମ୍ପାଦକ ବିଭୁତି ଗୁପ୍ତାକୁ ପୋଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଥିଲା ।
ଚାଲାଣ ପୂର୍ଵରୁ ଉକ୍ତ ସ୍କୁଲ ମାଲିକ ଓ ପୀଡ଼ିତାଙ୍କ ଡାକ୍ତରୀ ମଇନା କରାଯାଇଛି । ବିଭୂତି ଗୁପ୍ତା ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳର ନେତା ବୋଲି ସୂଚନା ରହିଥିବା ବେଳେ ଏହା ରାଜନୈତିକ କିମ୍ବା ଅନ୍ୟ କୌଣସି ଚକ୍ରାନ୍ତ ବୋଲି କହିଛନ୍ତି ବିଭୁତି । ଅନ୍ୟପଟେ ବନ୍ଧମୁଣ୍ଡା ଥାନାରେ ଦଫା ୨୯୪, ୫୦୬, ୩୭୬ ଦଫାରେ ଏକ ମାମଲା ରଜୁ କରି ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି । ଏହାସହ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।