ଖ୍ରୀଷ୍ଟଚର୍ଚ୍ଚ : ଏଠାରେ ଚାଲିଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ଭାରତୀୟ ବୋଲରମାନେ କମାଲ ଦେଖାଇଛନ୍ତି। ମାତ୍ର ୨୩୫ ରନରେ ନ୍ୟୁଜିଲାଣ୍ଡକୁ ଅଲଆଉଟ୍ କରି ପ୍ରଥମ ପାଳିରେ ଭାରତୀୟ ଦଳ ଅଗ୍ରଣୀ ରହିଛି। ଭାରତ ପ୍ରଥମ ଇନିଂସରେ ୨୪୨ ରନ୍ କରିଥିବାବେଳେ ନ୍ୟୁଜିଲାଣ୍ଡ ୨୩୫ ରନରେ ଅଲଆଉଟ୍ ହୋଇଛି।
ଭାରତ ପକ୍ଷରୁ ସାମି ସର୍ବାଧିକ ଚାରିଟି, ବୁମରା ୩ ଏବଂ ଜାଡେଜା ୨ଟି ଓ୍ଵିକେଟ୍ ନେଇଛନ୍ତି। ନ୍ୟଜିଲାଣ୍ଡ ତରଫରୁ ଲଥାମ୍ ୫୨, ବ୍ଲଣ୍ଡେଲ ୩୦, ଜେମିସନ୍ ୪୯ ରନ୍ କରିଛନ୍ତି।