Odia News Portal

ସଚିନ୍‌ ହେଲେ ଆଶ୍ଚର୍ଯ୍ୟ, ଟ୍ଵିଟ୍‌ କରି କଣ କହିଲେ ଆସନ୍ତୁ ଦେଖିବା

ଦୁନିଆର ମହାନ୍‌ କ୍ରିକେଟରଙ୍କ ମଧ୍ୟରେ ସଚିନ୍‌ ତେନ୍ଦୁଲକର ଜଣେ। ପିଲାଠୁ ବୁଢ଼ାଯାଏଁ ସମସ୍ତେ ସଚିନ୍‌ଙ୍କ କ୍ରିକେଟକୁ ଭଲ ପାଆନ୍ତି। କ୍ରିକେଟରୁ ସନ୍ନ୍ୟାସ ନେଇଥିଲେ ମଧ୍ୟ ଏବେ ବି ତାଙ୍କ ଫ୍ୟାନ୍‌ ଫଲୋୟର୍ସଙ୍କ ସଂଖ୍ୟା କିନ୍ତୁ କମିନାହିଁ। ଆଜି ବି ପିଲାମାନେ ସଚିନ୍‌ଙ୍କ ନାଁ ଶୁଣିଲେ ଖୁସି ହୋଇଯାଆନ୍ତି ଓ ବଡ଼ ହେଲେ ସଚିନ୍‌ଙ୍କ ଭଳି ହେବାକୁ ଇଚ୍ଛା ପ୍ରକାଶ କରିଥାନ୍ତି। ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ସଚିନ୍‌ଙ୍କ ଛୋଟା ଭର୍ସନ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

ଟ୍ଵିଟରରେ ଆନନ୍ଦ ମେହେତା ନାମକ ଜଣେ ବ୍ୟକ୍ତି ତାଙ୍କ ୧୦ ମାସର ଭଣଜାର କିଛି ଫଟୋ ସେୟାର କରି ସଚିନ୍‌ଙ୍କୁ ଟ୍ୟାଗ୍‌ କରିଥିଲେ। ଏହି ଫଟୋରେ ୧୦ ମାସର କୁନି ଶ୍ରେଷ୍ଠ ଟିମ୍‌ ଇଣ୍ଡିଆର ନୀଳ ଜର୍ସି ପିନ୍ଧିଛି, ଯାହା ପଛରେ ୧୦ ଓ ଉପରେ ତେନ୍ଦୁଲକର ଲେଖାଯାଇଛି। ଶ୍ରେଷ୍ଠ ଏହି ଫଟୋରେ ପଡ଼ିଆରେ ବସି ବ୍ୟାଟ୍‌ ଧରିଥିବା ଦେଖାଯାଇଛି। ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଆନନ୍ଦଙ୍କ ଏହି ପୋଷ୍ଟ ସଚିନ ତେନ୍ଦୁଲକରଙ୍କୁ ଖୁବ ପସନ୍ଦ ଆସିଥଲା ଓ ସେ ଏହାର ରିପ୍ଲାଏ ମଧ୍ୟ ଦେଇଛନ୍ତି।

ସଚିନ୍‌ ଲେଖିଛନ୍ତି ଯେ ‘ଏଥିପାଇଁ ବହୁତ ଛୋଟ ନୁହେଁ(ବ୍ୟାଟ୍‌ ଓ ହସ୍‌ର ଇମୋଜି ସହ)! ଏଭଳି ଏକ ଖୁବ୍‌ ସୁନ୍ଦର ଫଟୋକୁ ସେୟାର କରିଥିବାରୁ ଧନ୍ୟବାଦ। ମୁଁ ୧୦ ମାସର ଶ୍ରେଷ୍ଠ ଓ ତାଙ୍କ ପରିବାରକୁ ଶୁଭକାମନା ଜଣାଉଛି।’

ଆନନ୍ଦ ଏହି ପୋଷ୍ଟରେ ସଚିନଙ୍କୁ ଟ୍ୟାଗ୍‌ କରିଥିଲେ ମଧ୍ୟ ସେ ଜବାବ ଦେବେ ବୋଲି କେବେ ଚିନ୍ତା ବି କରିନଥିଲେ। ମାଷ୍ଟରବ୍ଲାଷ୍ଟରଙ୍କ ରିପ୍ଲାଏ ଦେଖି ଆତ୍ମବିଭୋର ହୋଇଯାଇଥିବା କହିଛନ୍ତି। ସେ ସଚିନ୍‌ଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି।