Odia News Portal

ରିଲିଜ୍‌ ହେଲା ଫିଲ୍ମ ‘ସୂର୍ଯ୍ୟବଂଶୀ’ର ଟ୍ରେଲର

ରିଲିଜ୍‌ ହେଲା ଫିଲ୍ମ ସୂର୍ଯ୍ୟବଂଶୀର ଟ୍ରେଲର। ଦେଶ ଭକ୍ତି ଉପରେ ଆଧାରିତ ସୂର୍ଯ୍ୟବଂଶୀର ଟ୍ରେଲର ୪ ମିନିଟ୍‌ ପାଇଁ ସମ୍ପୂର୍ଣ୍ଣ ସତ୍ୟତା ପ୍ରକାଶ କରିଛି। ଅକ୍ଷର କୁମାର ଏବଂ କ୍ୟାଟ୍ରିନା କୈଫ୍‌ଙ୍କ ମୋଷ୍ଟ ଓ୍ଵାଣ୍ଟେଡ ଫିଲ୍ମ ‘ସୂର୍ଯ୍ୟବଂଶୀ’ର ଟ୍ରେଲର ରିଲିଜ୍‌ ହୋଇସାରିଛି। ଏହି ଫିଲ୍ମରେ ଅକ୍ଷୟ କୁମାର ନିଜର ଚମତ୍କାର ଅଭିନୟରେ ଫିଲ୍ମରେ ଚାରଚାନ୍ଦ୍‌ ଲଗାଇବା ପାଇଁ ପ୍ରସ୍ତୁତ ଅଛନ୍ତି। କେବଳ ଏତିକି ନୁହେଁ, ପ୍ରତ୍ୟେକ ତର ଭଳି ଫିଲ୍ମ ନିର୍ଦେଶକ ରୋହିତ ସେଟୀ ମଧ୍ୟ ‘ସୂର୍ଯ୍ୟବଂଶୀ’ରେ ଖୁବ୍‌ ଚମତ୍କାର ଆକ୍ସନ ଦେଇଛନ୍ତି। ସବୁଠାରୁ ଖାସ୍‌ କଥା ହେଉଛି ଫିଲ୍ମ ‘ସୂର୍ଯ୍ୟବଂଶୀ’ ଟ୍ରେଲରରେ ଅକ୍ଷୟ କୁମାର ଏବଂ କ୍ୟାଟ୍ରିନା କୈଫ୍‌ଙ୍କ ସହ ବଲିଉଡର ସୁପରଷ୍ଟାର ଅଜୟ ଦେବଗନ ଏବଂ ରଣବୀର ସିଂହ ମଧ୍ୟ ନଜର ଆସିଛନ୍ତି।

ସୂଚନା ମୁତାବକ ଅକ୍ଷୟ କୁମାରଙ୍କ ଅଭିନୀତ ଫିଲ୍ମ ‘ସୂର୍ଯ୍ୟବଂଶୀ’ ପୂର୍ବରୁ ୨୭ ମାର୍ଚ୍ଚରେ ରିଲିଜ୍‌ ହେବାର ଥିଲା। କିନ୍ତୁ ଏବେ ଏହି ଫିଲ୍ମ ଆସନ୍ତା ୨୪ ମାର୍ଚ୍ଚରେ ରିଲିଜ୍‌ ହେବ। ରିପୋର୍ଟ ଅନୁଯାୟୀ ଧର୍ମା ପ୍ରଡକ୍ସନ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ଫିଲ୍ମ ‘ସୂର୍ଯ୍ୟବଂଶୀ’ ରେ ଅକ୍ଷୟ କୁମାର ଏବଂ ରବିନା ଟଣ୍ଡନଙ୍କ ଗୀତ ଟିପ୍‌-ଟପ୍‌ ବରସା ପାନିର ରିମେକ୍‌ ମଧ୍ୟ ଦେଖିବାକୁ ମିଳିବ। ବର୍ତ୍ତମାନ ଫିଲ୍ମ ରିଲିଜ୍‌କୁ ନେଇ ଦର୍ଶକ ଆଗ୍ରହର ସହ ଅପେକ୍ଷା କରି ରହିଛନ୍ତି।