Odia News Portal

ଖୁବଶୀଘ୍ର ପରଦାକୁ ଆସିଵେ କରୀନା

ବଲିଉଡ ଅଭିନେତ୍ରୀ କରୀନା କପୁରଙ୍କ ଅପ୍‌କିମଙ୍ଗ ଫିଲ୍ମ ‘ଅଗ୍ରେଂଜୀ ମିଡିୟମ’ ଖୁବଶୀଘ୍ର ପରଦାକୁ ଆସିବାକୁ ଯାଉଛି। ଏଥିରେ କରୀନାଙ୍କ ସହିତ ଇମ୍ରାନ ଖାନ ଏବଂ ରାଧିକା ମଦନ ପ୍ରମୁଖ ଭୂମିକାରେ ନଜର ଆସିବେ। ଏହି ଫିଲ୍ମରେ ଇରଫାନଙ୍କ ସହିତ ଅଭିନୟକୁ ନେଇ କରୀନା କହିଛନ୍ତି, ‘ମୋର ଇଚ୍ଛା ଥିଲା କେବେ ନା କେବେ ଇରଫାନଙ୍କ ସହିତ ଫିଲ୍ମରେ କାମ କରିବି। ଏହାସହିତ ସାହିର ଲୁଧଇୟାବନୀଙ୍କ ବାୟୋପିକ୍‌ରେ ଇରଫାନଙ୍କ ସହିତ କାମ କରିବାକୁ ଚାହୁଁଛି ବୋଲି କହିଛନ୍ତି କରୀନା।

ପ୍ରଥମ ଥର ପାଇଁ ଇରଫାନଙ୍କ ସହିତ କରୀନା ରୋମାନ୍ସ କରୁଥିବା ନଜର ଆସିବେ। ଏହି ଫିଲ୍ମ ପାଇଁ କରୀନା ବେଶ୍‌ ଖୁସି ରହିଛନ୍ତି। ଏହି ଫିଲ୍ମ ଅଂଗ୍ରେଜୀ ମିଡିୟମର ନିର୍ଦ୍ଦେଶନା ହୋମୀ ଅଦଜାନିଆ କରୁଥିବା ବେଳେ ଦିନେଶ ବିଜାନ ପ୍ରଯୋଜନା କରୁଛନ୍ତି। ସୂଚନାଯୋଗ୍ୟ, ଇରଫାନ ଅନେକ ଦିନ ପରେ ବଡ ପରଦାକୁ ଫେରୁଛନ୍ତି। ଏହି ଫିଲ୍ମରେ କରୀନା ଜଣେ ପୋଲିସ କର୍ମଚାରୀ ଭୂମିକାରେ ନଜର ଆସିବେ। ଏମାନଙ୍କ ବ୍ୟତୀତ ଫିଲ୍ମରେ ପଙ୍କଜ ତ୍ରିପାଠୀ, ଦୀପକ ଡୋବରିଆଲ ଭଳି କଳାକାର ମଧ୍ୟ ନଜର ଆସିବେ। ଫିଲ୍ମଟି ଆସନ୍ତା ମାର୍ଚ୍ଚ ୨୦ରେ ରିଲିଜ ହେବ।