ନିର୍ଦ୍ଦେଶକ ଆନନ୍ଦ ଏଲ୍ ରାୟଙ୍କ ଫିଲ୍ମ ‘ଅତରଙ୍ଗୀ ରେ’ର ଶୁଟିଂ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ସାରା ଅଲ୍ଲୀ ଖାନ୍ ବନାରସ୍ ପହଞ୍ଚିଛନ୍ତି। ସାରା ବନାରସ ଘାଟରେ ହେଉଥିବା ଗଙ୍ଗା ଆଳତିରେ ସାମିଲ ହୋଇଥିଲେ। ଏହାସହିତ ସେ ଘାଟରେ ଫଟୋଶୁଟ୍ ମଧ୍ୟ କରାଇଥିଲେ। ଫିଲ୍ମରେ ସାରାଙ୍କ ସହ ଅକ୍ଷୟ କୁମାର ଓ ସାଉଥ୍ ସୁପରଷ୍ଟାର ଧନୁଷ ମଧ୍ୟ ନଜର ଆସିବେ।
ଫିଲ୍ମର ଶୁଟିଂ ପାଖାପାଖି ଦେଢ଼ ସପ୍ତାହ ପଯ୍ୟର୍ନ୍ତ ଚାଲିବ। ବନାରସ୍ର କାଶୀ ଷ୍ଟେଶନ, ଚନ୍ଦୌଲିର ଖୁରୁଝା ଗାଁ ଭଳି ଜାଗାରେ ୩ ମାର୍ଚ୍ଚରୁ ଶୁଟିଂ ଆରମ୍ଭ ହେବ। ବର୍ତ୍ତମାନ ସାରା ନିଜ ଟିମ୍ ସହ ନଦେସରର ଏକ ହୋଟେଲରେ ଅଛନ୍ତି। ଫିଲ୍ମରେ ସାରା ଡବଲ୍ ରୋଲରେ ନଜର ଆସିବା ନେଇ ଚର୍ଚ୍ଚା ହେଉଛି। ଫିଲ୍ମର ପ୍ରଡକ୍ସନ ଭୂଷଣ କୁମାର କରୁଛନ୍ତି। ଏ.ଆର୍. ରହେମାନଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ୨୦୨୧ ଭାଲେଣ୍ଟାଇନ୍ ଓ୍ଵିକ୍ରେ ରିଲିଜ୍ ହୋଇପାରେ।
