Odia News Portal

ଏବେ ଫେସ୍‌ବୁକ୍‌ ରେ ୨ଡି ଫଟୋକୁ ସହଜରେ ୩ଡିରେ କନଭର୍ଟ କରିପାରିବେ

ୟୁଜରଙ୍କ ପସନ୍ଦ ତଥା ସୁବିଧାକୁ ଦୃଷ୍ଟିରେ ରଖି ଫେସ୍‌ବୁକ୍‌ ସବୁବେଳେ କିଛି ନା କିଛି ପରିବର୍ତ୍ତନ କରୁଛି। ଏବେ ପୁଣି ଥରେ ୟୁଜରଙ୍କ ଲାଗି ଏକ ନୂଆ ଫିଚର ଲଞ୍ଚ୍‌ କରିଛି ଫେସ୍‌ବୁକ୍‌। ଏହି ନୂଆ ଫିଚରରେ ୟୁଜର ୨ଡି ଫଟୋକୁ ସହଜରେ ୩ଡିରେ କନଭର୍ଟ କରିପାରିବେ। ଏହି ଫିଚର ଆସିବା ପରେ ୟୁଜରଙ୍କୁ ଆଉ ୩ଡି ଫଟୋ ପୋଷ୍ଟ କରିବାକୁ ପୋଟ୍ରେଟ୍‌ ମୋଡ୍‌ରେ ଫଟୋ ନେବାର ଆବଶ୍ୟକତା ପଡ଼ିବ ନାହିଁ। ଏନେଇ ଗତ ସପ୍ତାହରେ ଫେସ୍‌ବୁକ୍‌ ସୂଚନା ଦେଇଥିଲା।

ଏହି ନୂଆ ଟେକ୍ନୋଲୋଜି ସାହାଯ୍ୟରେ ସିଙ୍ଗଲ ରିୟର କ୍ୟାମେରା ଥିବା ସ୍ମାର୍ଟଫୋନ୍‌ରେ ମଧ୍ୟ ୩ ଡି ଫଟୋ ପୋଷ୍ଟ କରିପାରିବେ। ତେବେ ବର୍ତ୍ତମାନ ଏହି ଟେକ୍ନୋଲୋଜି କେବଳ ଦୁଇଟି କ୍ୟାମେରା ସେଟ୍‌ଅପ୍‌ ଥିବା ଫୋନ୍‌ରେ ସପୋର୍ଟ କରୁଛି। ଫେସ୍‌ବୁକ୍‌ ନିଜ ଆପ୍‌କୁ ଅପ୍‌ଡେଟ୍‌ କରିବା ପରେ ୟୁଜର ଏହି ନୂଆ ଫିଚରର ଲାଭ ଉଠାଇପାରିବେ। ଏହି ଟେକ୍ନୋଲୋଜି ସାହାଯ୍ୟରେ ବହୁ ପୁରୁଣା ଫଟୋକୁ ମଧ୍ୟ କନଭର୍ଟ କରାଯାଇପାରିବ।

ଏମିତି କରନ୍ତୁ ବ୍ୟବହାର:

ଏହି ଫିଚରକୁ ବ୍ୟବହାର କରିବା ପାଇଁ ସର୍ବପ୍ରଥମେ ଫେସ୍‌ବୁକ୍‌ର ଲାଟେଷ୍ଟ ଭର୍ସନ ଅପଡେଟ୍‌ କରନ୍ତୁ।

ଏବେ ନ୍ୟୁଜ୍‌ ଫିଡ୍‌ରେ ଯାଇ ଯେଉଁଠାରେ Write something ଲେଖାଯାଇଛି, ସେଠାରେ କ୍ଲିକ୍‌ କରନ୍ତୁ।

ଏହା ପରେ ସ୍କ୍ରଲ ଡାଉନ୍‌ କରି ତଳକୁ ଯାଆନ୍ତୁ। ସେଠାରେ ଆପଣଙ୍କୁ ୩ଡି ଫଟୋର ଅପ୍‌ସନ୍‌ ମିଳିବ।