ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ କରୋନା ଭୟ ବ୍ୟାପିବାରେ ଲାଗିଛି । ଏହି ପରିସ୍ଥିତିରେ ଦିଲ୍ଲୀ ସରକାର ସମସ୍ତ ପ୍ରାଥମିକ ସ୍କୁଲକୁ ଆଗାମୀ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଛନ୍ତି । ପିଲାଙ୍କ ମଧ୍ୟରେ କରୋନା ଭାଇରସ୍ ଶୀଘ୍ର ସଂକ୍ରମିତ ହେବାର ଆଶଙ୍କା ଥିବାରୁ ଏହାକୁ ଦୃଷ୍ଟିରେ ରଖି ଆପ୍ ସରକାର ସ୍କୁଲ ଛୁଟି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ବର୍ତ୍ତମାନ ସୁଦ୍ଧା ଭାରତରେ ମୋଟ୍ ୩୦ ଜଣଙ୍କ ମଧ୍ୟରେ କୋଭିଡ୍-୧୯ ବିଷାଣୁ ଥିବା ଯାଞ୍ଚରୁ ଜଣାପଡ଼ିଛି । ଏମାନଙ୍କ ମଧ୍ୟରେ ୧୬ ଜଣ ଇଟାଲୀ ପର୍ଯ୍ୟଟକ ଏବଂ ବାକି ୧୪ ଜଣ ଭାରତୀୟ ଥିବା ସୂଚନା ମିଳିଛି ।
