Odia News Portal

ଦୀପିକାଙ୍କ Doll Version ସୋସିଆଲ ମିଡିଆରେ ଭାଇରାଲ

ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କ ଡଲ୍‌ ଭର୍ସନ ଏବେ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚାରେ ଅଛି। ଏହାର ଫଟୋ ଭାଇରାଲ ହେବାରେ ଲାଗିଛି। ସବୁଠାରୁ ଖାସ୍‌ କଥା ହେଉଛି, ଏହି କଣ୍ଢେଇକୁ ‘ରାଣୀ ପଦ୍ମାବତୀ’ଙ୍କ ଲୁକ୍‌ରେ ଦେଖିବାକୁ ମିଳିଛି। କଣ୍ଢେଇଟି ଦୀପିକାଙ୍କ ‘ପଦ୍ମାବତ୍‌’ ଲୁକ୍‌ର କପି ଭଳି ଲାଗୁଛି।

ଫିଲ୍ମ ‘ପଦ୍ମାବତ୍‌’ରେ ଦୀପିକାଙ୍କ ଭୂମିକା ଖୁବ୍‌ ପ୍ରଶଂସା ସାଉଁଟିଥିଲା। ଏବେ ଏହାର ଡଲ୍‌ ଭର୍ସନ ବି ସୋସିଆଲ ମିଡିଆରେ ପୂରା ଛାଇଯାଇଛି। ସଞ୍ଜୟ ଲୀଳା ଭଂସାଲିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ପଦ୍ମାବତ୍‌’ ଯଦିଓ ରିଲିଜ୍‌ ପୂର୍ବରୁ ବିବାଦରେ ଫସିଥିଲା, କିନ୍ତୁ ରିଲିଜ୍‌ ପରେ ଏହା ବକ୍ସ ଅଫିସ୍‌ରେ ହିଟ୍‌ ହୋଇଥିଲା।