Odia News Portal

ମହିିଳା ଟି-୨୦ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ଚାମ୍ପିଅନ

ICC ମହିିଳା ଟି-୨୦ ବିଶ୍ୱକପ୍‌ରେ ଅଷ୍ଟ୍ରେଲିଆ ଚାମ୍ପିଅନ । ଫାଇନାଲରେ ଭାରତକୁ ୮୫ ରନରେ ହରାଇ ୫ମ ଥର ପାଇଁ ବିଶ୍ୱ ବିଜେତା ହୋଇଛି କଙ୍ଗାରୁ ଦଳ । ୧୮୫ ରନ୍‌କୁ ଟାର୍ଗେଟ କରୁଥିବା ଭାରତୀୟ ମହିଳା ଦଳ ୧୯ ଦଶମିକ ୧ ଓଭରରେ ଅଲଆଉଟ ହୋଇଛି । ଭାରତ ପକ୍ଷରୁ ଦୀପ୍ତି ଶର୍ମା ସର୍ବାଧିକ ୩୩ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସ୍ମୃତି ମାନ୍ଧନା ୧୧, ଭି କ୍ରିଷ୍ଣାମୂର୍ତ୍ତି ୧୯ ଓ ରୀଚା ଘୋଷ ୧୮ ରନ କରିଥିବା ବେଳେ ଅନ୍ୟ ଖେଳାଳୀ ମାନେ ଦୁଇ ଅଙ୍କ ଛୁଇଁପାରିନଥିଲେ ।

ଅଷ୍ଟ୍ରେଲିଆ ପକ୍ଷରୁ ମେଗନ ସ୍କର୍ଟ ୪ଟି ଓ ଜନସନ ୩ଟି ଓ୍ଵିକେଟ ନେଇ ଭାରତର ବ୍ୟାଟିଂ ମେରୁଦଣ୍ଡକୁ ଭାଙ୍ଗିଦେଇଥିଲେ । ପୂର୍ବରୁ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୪ ଓ୍ଵିକେଟ୍‌ ହରାଇ ୧୮୪ ରନ୍‌ କରିଥିଲା । ଦଳ ପକ୍ଷରୁ ଓପନର ବେଥ୍‌ ମୁନି ସର୍ବାଧିକ ୭୮ ରନ୍‌ ଓ ଏ.ଜେ ହେଲି ୭୫ ରନ୍‌ କରିଥିଲେ । ଭାରତ ପକ୍ଷରୁ ଦୀପ୍ତି ଶର୍ମା ଦୁଇଟି ଓ୍ଵିକେଟ୍‌ ନେଇଥିବା ବେଳେ ପୁନମ୍‌ ଯାଦବ ଓ ରାଧା ଯାଦବ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ନେଇଥିଲେ ।