Odia News Portal

ଗୋଲାପ ପାଖୁଡ଼ାରେ ହୋଲି ଖେଳିଲେ ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ସାରା ଅଲ୍ଲୀ ଖାନ୍‌ ଏଥର ହୋଲିକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି। ସେ ରାସାୟନିକ ରଙ୍ଗ ବଦଳରେ ଗୋଲାପ ଫୁଲ ପାଖୁଡ଼ାରେ ରଙ୍ଗ ଖେଳିଛନ୍ତି। ଏହାର ଏକ ଭିଡିଓକୁ ସେ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି, ଯେଉଁଥିରେ ସେ ନିଜ ସାଙ୍ଗ ସହ ମିଶି ହୋଲି ଖେଳୁଥିବା ନଜର ଆସୁଛନ୍ତି। ସାରା ଭିଡିଓର କ୍ୟାପସନ ଦେଇଥିଲେ, ‘ବନାରସ୍‌ କି ହୋଲି’।

ଭିଡିଓରେ ଦେଖାଯାଉଛି, ସାରା ଓ ତାଙ୍କ ସାଙ୍ଗ ପରସ୍ପର ଉପରକୁ ଗୋଲାପ ପାଖୁଡ଼ା ପକାଉଛନ୍ତି ଏବଂ ଦୁଇଜଣ ଯାକ ଗୋଲାପି ରଙ୍ଗର ସାଲଓ୍ଵାର ସୁଟ୍‌ ପିନ୍ଧିଛନ୍ତି। କହି ରଖୁଛୁ, ବର୍ତ୍ତମାନ ସାରା ବନାରସ୍‌ରେ ଅଛନ୍ତି। ସେଠାରେ ସେ ନିଜ ଅପ୍‌କମିଙ୍ଗ୍‌ ଫିଲ୍ମ ‘ଅତରଙ୍ଗୀ-ରେ’ର ଶୁଟିଂ କରୁଛନ୍ତି।