Odia News Portal

ନିର୍ବନ୍ଧ ପରେ ନତାଶା-ହାର୍ଦିକ ଏକାଠି ଖେଳିଲେ ହୋଲି

ବିଗ୍‌ ବସ୍‌ ଫେମ୍‌ ନତାଶା ସ୍ଥାନକୋଭିକଙ୍କ ଚଳିତ ବର୍ଷ କ୍ରିକେଟର ହାର୍ଦିକ ପାଣ୍ଡ୍ୟାଙ୍କ ସହ ନିର୍ବନ୍ଧ ହୋଇଛି। ଏହି କପଲ୍‌ଙ୍କ ନିର୍ବନ୍ଧ ଖବର ଜାଣିବା ପରେ ସମସ୍ତେ ଅଶ୍ଚର୍ଯ୍ୟ ହୋଇଯାଇଥିଲେ। ସୂଚନା ମୁତବାକ ନିର୍ବନ୍ଧ ପରେ ନତାଶା ଏବଂ ହାର୍ଦିକ ମିଶି ପ୍ରଥମ ହୋଲି ସେଲିବ୍ରେଟ କରିଛନ୍ତି। ନତାଶା ନିଜର ପ୍ରଥମ ହୋଲି ହାର୍ଦିକଙ୍କ ପରିବାର ସହ ମିଶି ପାଳନ କରିଛନ୍ତି। ଏହି ସେଲିବ୍ରେଟରେ ନତାଶା ଧଳା ରଙ୍ଗର ସଲଓ୍ଵାର ସହ ଗୋଲାପି ରଙ୍ଗର ଓଢଣୀରେ ନଜର ଆସିଛନ୍ତି।

ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ଫଟୋରେ ହାର୍ଦିକଙ୍କ ଭାଇ- ଭାଉଜ ମଧ୍ୟ ନଜର ଆସିଛନ୍ତି। ନତାଶାଙ୍କ ହାର୍ଦିକ ପାଣ୍ଡ୍ୟାଙ୍କ ପରିବାର ସହ ମଧ୍ୟ ଖୁବ୍‌ ଭଲ ସମ୍ବନ୍ଧ ରହିଛି। ହାର୍ଦିକଙ୍କ ପରିବାର ସହ ନତାଶାଙ୍କ ସାମ୍ନାକୁ ଆସିଥିବା ହୋଲି ସେଲିବ୍ରେଟର ଫଟୋକୁ ମଧ୍ୟ ଲୋକମାନେ ଖୁବ୍‌ ପସନ୍ଦ କରିଛନ୍ତି।

କାମ କଥା କହିବାକୁ ଗଲେ ନତାଶା ଅନେକ ଫିଲ୍ମର ଆଇଟମ ସଂଗ୍‌ କରିସାରିଛନ୍ତି। ‘ଡିଜେ ବାଲେ ବାବୁ’ ଗୀତରୁ ହିଁ ନତାଶାଙ୍କର ଲୋକପ୍ରିୟତା ବଢିଥିଲା। ପୂର୍ବରୁ ନତାଶା ଏକ୍ସ ବୟଫ୍ରେଣ୍ଡ ଅଲୀ ଗୋନୀଙ୍କ ସହ ନଚ ବଲିୟେ ୯ରେ ନଜର ଆସିଥିଲେ।