ଭୁବନେଶ୍ୱର() ନିକଟରେ ରାଜନେତା ପ୍ରଦୀପ ମହାରଥୀଙ୍କ ଝିଅ ପଲ୍ଲବୀ ଏବଂ ଅଭିନେତା ଅର୍ଦ୍ଧେନ୍ଦୁଙ୍କ ସଙ୍ଗୀତର ଭିଡିଓ ୟୁଟ୍ୟୁବ୍ରେ ଶେଆର କରାଯାଇଛି, ଯେଉଁଥିରେ କେବଳ ଅର୍ଦ୍ଧେନ୍ଦୁଙ୍କ ଅଭିନୀତ ଫିଲ୍ମ ଗୀତରେ ପଲ୍ଲବୀ ନାଚିଥିବାର ଦେଖିବାକୁ ମିଳିଛି। ଆଉ ଏଥିରେ ଅର୍ଦ୍ଧେନ୍ଦୁ ମଧ୍ୟ ତାଙ୍କ ସାଥ୍ ଦେଇଛନ୍ତି।
ସଙ୍ଗୀତ ନାଇଟ୍ ପାଇଁ ଅର୍ଦ୍ଧେନ୍ଦୁ ଗୋଟେ ଗୋଲାପି ରଙ୍ଗର ସେରୱାନି ପିନ୍ଧିଥିବା ବେଳେ ପଲ୍ଲବୀ ମଧ୍ୟ ଗୋଲାପି ରଙ୍ଗର ଲେହେଙ୍ଗା ପିନ୍ଧିଥିଲେ। ସଙ୍ଗୀତ ପାଇଁ ସ୍ୱତନ୍ତ୍ର ଭୋଜିର ଆୟୋଜନ କରାଯାଇଥିଲା।
ଫେବୃଆରୀ୨୬ ତାରିଖ ଦିନ ଅର୍ଦ୍ଧେନ୍ଦୁ ଏବଂ ପଲ୍ଲବୀଙ୍କର ବୈଦିକ ରୀତିରେ ବିବାହ ହୋଇଥିଲା। ଫେବୃଆରୀ ୨୮ ତାରିଖରେ ନୟାପଲ୍ଲୀ ଇଡ୍କଲ୍ ଗ୍ରାଉଣ୍ଡରେ ଦୁହିଁଙ୍କର ରିସେପ୍ସନ୍ ପାର୍ଟିର ଆୟୋଜନ କରାଯାଇଥିଲା। ଦୁହିଁଙ୍କର ବାହାଘର ଏକଦମ୍ ରାଜକୀୟ ଠାଣିରେ ହୋଇଥିଲା। ବିବାହରେ ବଡ ବଡ ନେତାଠୁ ଆରମ୍ଭ କରି ଅଭିନେତା
