ଡାକ୍ତର କିମ୍ବା ହସ୍ପିଟାଲରେ ଲାଲ୍ ରଙ୍ଗର ପ୍ଲସ୍ ଚିହ୍ନ ତ ଆପଣ ମାନେ ନିଶ୍ଚିତ ଦେଖିଥିବେ। ସବୁ ଡାକ୍ତରଖାନାରେ କିମ୍ବା ଆମ୍ବୁଲାନ୍ସରେ ଏହି ପ୍ଲସ୍ ଚିହ୍ନ ଲାଗିଥାଏ। ହେଲେ କଣ ଆପଣ ଏହାର ମାନେ ଓ କାହିଁକି ଏହାକୁ ଡାକ୍ତର ଙ୍କ ପ୍ରତୀକ ବୋଲି କୁହାଯାଏ। କାଆଜି ଆମେ ଆପଣଙ୍କୁ ଏହା କାରଣ ବତେଇବୁ ତେବେ ଆସନ୍ତୁ ଜାଣିବା।
ପ୍ରକୃତରେ ଡାକ୍ତରୀ କ୍ଷେତ୍ରରେ ବ୍ୟବହୃତ ହେଉଥିବା ପ୍ଲସ୍ ମାର୍କ ହେଉଛି ରେଡ୍ କ୍ରସ୍ ଚିହ୍ନ, ଏହା ଏକ ପ୍ଲସ୍ ସଙ୍କେତ ନୁହେଁ ଏହା ଏକ କ୍ରସ୍ ସଙ୍କେତ। ଏହା ହେଉଛି ରେଡ୍ କ୍ରସ୍ ପ୍ରତୀକ। କ୍ରସ୍ ସଙ୍କେତଗୁଡିକ ବ୍ୟବହୃତ ଏବଂ ଚିକିତ୍ସା ବୃତ୍ତି ସହିତ ଜଡିତ ହେବାର କାରଣ ହେଉଛି ମୁଖ୍ୟତ ଆନ୍ତର୍ଜାତୀୟ ରେଡ୍ କ୍ରସ୍ ସୋସାଇଟି ଦ୍ୱାରା ଏହାର ବ୍ୟବହାର। ରେଡକ୍ରସର ମୂଳ ଅନ୍ତର୍ଜାତୀୟ କମିଟି ୧୯୬୩ ମସିହାରେ ସ୍ୱିଜରଲ୍ୟାଣ୍ଡର ଜେନେଭାରେ ହେନେରୀ ଡୁନାଣ୍ଟ ଏବଂ ଗୁସ୍ତାଭ ମୋନିୟରଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ଏହି ସୂଚକ ସବୁବେଳେ ଡାକ୍ତରଖାନା, ନର୍ସିଂହୋମ, କ୍ଲିନିକ୍, ଡିସପେନସାରି, ଆମ୍ବୁଲାନ୍ସ ଇତ୍ୟାଦିରେ ଦେଖିବାକୁ ମିଳିଥିଲା
