Odia News Portal

କରୋନା ଯୋଗୁଁ ସବୁଆଡ଼େ ଛାନିଆ : ବାତିଲ ହେଲା ଦିନିକିଆ ସିରିଜ୍‌

ମୁମ୍ବାଇ : ପ୍ରଥମେ କୁହାଗଲା ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍‌ର ବାକିଥିବା ଦୁଇଟି ମ୍ୟାଚ୍‌ ବିନା ଦର୍ଶକରେ ଖେଳାଯିବ ବୋଲି ଘୋଷଣା ହେଲା । ହେଲେ ପରେ ବିସିସିଆଇ ନିଷ୍ପତ୍ତି ନେଇଛି ପୂରା ସିରିଜ୍‌କୁ ବାତିଲ କରିବା ପାଇଁ । କିଛି ସମୟ ପୂର୍ବରୁ ଏହି ନିଷ୍ପତ୍ତି ନିଆଯାଇଛି । ସତରେ ବିନା ଦର୍ଶକରେ କଣ ଷ୍ଟାଡିୟମ୍‌ରେ ଖେଳ ହୁଏ ?

ଏକଥା ମୁଣ୍ଡରେ ପଶିବା ପରେ ସିରିଜ୍‌କୁ ବାତିଲ କରାଯାଇଛି । କରୋନା ଯୋଗୁଁ ସବୁଆଡ଼େ ଛାନିଆ । ତେଣୁ କେନ୍ଦ୍ର ସରକାର କୌଣସି ରିସ୍କ ନେବାକୁ ଚାହୁଁ ନାହାନ୍ତି । ସେଥିଲାଗି ଆଇପିଏଲ୍‌ ତାରିଖ ଘୁଛିବା ପରେ ଏବେ ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ୍‌କୁ ବାତିଲ କରାଯାଇଛି । ଗତକାଲି ପ୍ରଥମ ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ ହୋଇଯାଇଥିଲା ।