Odia News Portal

ସ୍କିନ୍‌ କଲର୍‌ର ଚିପା ବଡି ସୁଟ୍‌ ପିନ୍ଧି ଟ୍ରୋଲ ହେଲେ ଏହି ଅଭିନେତ୍ରୀ, ସୋସିଆଲ ମିଡିଆରେ ବର୍ଷିଲା କମେଣ୍ଟ

ଆକ୍ଟ୍ରେସ୍‌ ମଲାଇକା ଅରୋରା ନିଜ ଜିମ୍‌ ଆଉଟିଂ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ନିକଟରେ ତାଙ୍କୁ ଜିମ୍‌ ବାହାରେ ଦେଖିବାକୁ ମିଳିଥିଲା। ସେ ସ୍କିନ୍‌ କଲର୍‌ର ଏକ ବଡି ସୁଟ୍‌ ପିନ୍ଧିଥିଲେ, ଯାହାକି Reebok X David Beckham Seriesର ଥିଲା। ଏହି ବଡି ସୁଟ୍‌ରେ ମଲାଇକାଙ୍କ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଆସୁ ଆସୁ ୟୁଜରମାନେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଥିଲେ।

କିଛି ୟୁଜର ତାଙ୍କୁ ‘ଶସ୍ତା କିମ୍‌ କାର୍‌ଦଶିୟା’ ବୋଲି କହିଥିଲେ। ସେହିପରି ଆଉ କେତେଜଣ ଲେଖିଥିଲେ, ‘ଏ ପଯ୍ୟର୍ନ୍ତର ସବୁଠାରୁ ଘଟିଆ ଆଉଟ୍‌ଫିଟ’। ଜଣେ ୟୁଜର କହିଥିଲେ, ‘ବହୁତ ଲଜ୍ଜାଜନକ, ନିଜ ବୟସର ବି ଟିକେ ଧ୍ୟାନ ଦିଅ’। ଅନ୍ୟଜଣେ ଲେଖିଥିଲେ, ‘ବଲିଉଡ୍‌ ଯୋଗୁ ଆମେ ଆମ ସଭ୍ୟତା ଓ ସଂସ୍କୃତିକୁ ଭୁଲିଯାଉଛୁ’।

କହି ରଖୁଛୁ, ୪୬ ବର୍ଷୀୟା ମଲାଇକା ଜଣେ ଫିଟ୍‌ନେସ ପ୍ରେମୀ। ଜିମ୍‌ରେ ଓ୍ଵାର୍କଆଉଟ ଛଡ଼ା ସେ ଯୋଗ ମଧ୍ୟ କରିଥାଆନ୍ତି। ଆଉଟ୍‌ଡୋର ସ୍ପୋର୍ଟସ୍‌ ଖେଳନ୍ତି। ପ୍ରତିଦିନ ଅଧଘଣ୍ଟା ସୁଇମିଂ, ସାଇକ୍ଲିଂ ଏବଂ ଜଗିଙ୍ଗ୍‌ କରନ୍ତି। ଫିଟ୍‌ନେସ ସିଡ୍ୟୁଲରେ ଯୋଗ, ଡ୍ୟାନ୍ସ, େଓ୍ଵଟ୍‌ ଟ୍ରେନିଂ, କିକ୍‌ ବକ୍ସିଂ ବି ସାମିଲ ଅଛି। ମୁମ୍ବାଇରେ ମଲାଇକାଙ୍କ ‘ଦିଭା ଯୋଗ’ ନାଁରେ ଏକ ଯୋଗ ଷ୍ଟୁଡିଓ ରହିଛି।