Odia News Portal

ଝିଅ ନ୍ୟାସାର ଫଟୋଶୁଟ ଫଟୋ ଶେୟାର କଲେ ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ କାଜୋଲ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ ରହିଥାଆନ୍ତି। ନିକଟରେ ସେ ନିଜ ଝିଅ ନ୍ୟାସାର ଫଟୋ ଶେୟାର କରିଥିଲେ, ଯାହାକୁ ଫ୍ୟାନ୍‌ମାନେ ବହୁତ ପସନ୍ଦ କରିଥିଲେ। କୁହାଯାଉଛି, ନ୍ୟାସା ଲାଟେଷ୍ଟ ଫଟୋଶୁଟ କରାଇଛନ୍ତି, ଯାହାକୁ ନେଇ କାଜୋଲ ବହୁତ ଖୁସି ଅଛନ୍ତି। ଏହି ଦୁଇଟି ନୂଆ ଫଟୋରେ ନ୍ୟାସା ତଳେ ବସିଛନ୍ତି ଏବଂ ଲେହେଙ୍ଗା ପିନ୍ଧିଛନ୍ତି।

ଫଟୋ ଶେୟାର କରି କାଜୋଲ କ୍ୟାପସନ ଲେଖିଛନ୍ତି, ‘ଆମେ ସମସ୍ତେ ଡରି ଡରି ବଞ୍ଚୁଛୁ, ଏମିତିରେ ଏକ ସୁନ୍ଦର ମୁହୂର୍ତ୍ତ ଆପଣଙ୍କ ପାଇଁ। ଏହା ଆମ ସମସ୍ତଙ୍କୁ ଜରୁରୀ। ତୁମକୁ ଧନ୍ୟବାଦ ମୋର ହେବା ପାଇଁ। ତୁମେ କେବଳ ମୋର, ଏମିତି ହିଁ ହସୁଥାଅ’। ଫଟୋରେ କାଜୋଲଙ୍କ ଭଉଣୀ ତନୀଷା ମୁଖାର୍ଜୀ କମେଣ୍ଟ କରିଥିଲେ ଯେ ‘ମୋ ପ୍ରିନ୍ସେସ୍‌’। ଏହାସହିତ ସେ କିସ୍‌ର ଅନେକ ଇମୋଜି ମଧ୍ୟ ଦେଇଥିଲେ।