ନୂଆଦିଲ୍ଲୀ : ସାରା ବିଶ୍ୱରେ ଲୋକେ ଭିଡ଼ିଓ ଦେଖିବା ପାଇଁ ସବୁଠୁ ଅଧିକ ବ୍ୟବହାର ଗୁଗଲର ୟୁଟ୍ୟୁବ୍ ଆପ୍ କୁ କରିଥାନ୍ତି । ଭିଡ଼ିଓ ମାନେ ବୁଝା ପଡ଼ିଯାଏ ୟୁଟ୍ୟୁବ୍ ଭିଡ଼ିଓ । ଭାରତୀୟ ଗ୍ରାହକଙ୍କୁ ଟେଲିକମ୍ ସଂସ୍ଥାମାନେ ଅସୀମିତ ଡାଟା ଅଫର ଦେଉଛନ୍ତି । କିନ୍ତୁ ଗତ କିଛିଦିନ ଠାରୁ ଟେଲିକମ୍ କମ୍ପାନୀ ଗୁଡ଼ିକ ଲଗାତାର ନିଜର ରିଚାର୍ଜ ପ୍ୟାକ୍ର ଦାମ୍କୁ ମଧ୍ୟ ବଢ଼େଇ ଚାଲିଛନ୍ତି।
ଆଉ ମଧ୍ୟ ଏହା ଜରୁରୀ ନୁହେଁଯେ ପ୍ରତି ସମୟରେ ସବୁ ଜାଗାରେ ଭଲ ଇଣ୍ଟରନେଟ୍ ମିଳିବ। ଏହି ସମୟରେ କାମରେ ଆସିଥାଏ ୟୁଟ୍ୟୁବ୍ର ଡାଉନଲୋଡ୍ ପିଚର , ଯେଉଁଠି ଭିଡ଼ିଓକୁ ଅଫ ଲାଇନ୍ ଡାଉନ୍ଲୋଡ୍ କରି ପରେ ଯେତେବେଳେ ଇଚ୍ଛା ଦେଖିପାରିବ ।
ୟୁଟ୍ୟୁବ୍ରେ ଭିଡ଼ିଓ ଡାଉନଲୋଡ୍ କରିବା ପରେ ଦେଖିବା ପାଇଁ ଇଣ୍ଟରନେଟ୍ର ଆଉ ଆବଶ୍ୟକତା ପଡ଼ିବନାହଁ । ୟୁଟ୍ୟୁବ୍ରେ ଭିଡିଓ ଡାଉନ୍ ଲୋଡ୍ କରିବା ଫିଚର ଆଇଓଏସ୍ ଓ ଆଣ୍ଡ୍ରଏଡ ,ଏହି ଦୁଇ ଆପ୍ରେ ଉପଲବ୍ଧ ଥାଏ । କିନ୍ତୁ ଏବେସୁଦ୍ଧା ଡେକ୍ସଟପ୍ରେ ଏହି ଫିଚରର ସୁବିଧା ହୋଇନାହିଁ ।
ଏଣୁ ଆପଣ କିପରି ଓ ଆଣ୍ଡ୍ରଏଡ ଆପ୍ରେ ୟୁଟ୍ୟୁବ୍ ଭିଡ଼ିଓ ଡାଉନ୍ଲୋଡ୍ କରିପାରିବେ ଆସନ୍ତୁ ଜାଣିବା –
୧- ୟୁଟ୍ୟୁବ୍ ଆପ୍ ଖୋଲନ୍ତୁ ଏବଂ ଯେଉଁ ଭିଡ଼ିଓକୁ ଆପଣ ଡାଉନଲୋଡ୍ କରିବାକୁ ଚାହୁଁଛନ୍ତି , ସେଠାକୁ ଯାଆନ୍ତୁ।
୨-ଭିଡ଼ିଓ ତଳେ ଦିଆଯାଇଥିବା ଅପସନରେ ଦକ୍ଷିଣକୁ ଦ୍ୱିତୀୟ ନମ୍ୱରରେ ଡାଉନଲୋଡ୍ର ବିକଳ୍ପ ଦେଖିପାରିବେ।
୩- ଏହାପରେ ଡାଉନଲୋଡ୍ ଅପସନରେ କ୍ଲିକ୍ କରନ୍ତୁ । ଏହାପରେ ଆପଣ ଭିଡ଼ିଓ କ୍ୱାଲିଟିର ବିକଳ୍ପ ଦେଖିପାରିବେ । ଏଥିରେ ୩ଟି ବିକଳ୍ପ –ଲୋ ,ମିଡ଼ିୟମ ଓ ଏଚଡି ଥାଏ । ଆପଣ ନିଜର ଇଚ୍ଛା ଅନୁସାରେ ଏହି ବିକଳ୍ପକୁ ବାଛି ପାରିବେ । ଆପଣ ‘Remember my settings’ ରେ କ୍ଲିକ୍ କରିପାରିବେ ,ଯାହାକି ଆପଣଙ୍କ ଭିଡ଼ିଓ ଏକାଥରେ ଯେମିତି ଡାଉନଲୋଡ୍ ହୋଇଯିବ ।
୪- ଏବେ ଡାଉନଲୋଡ୍ କରାଯାଇଥିବା ନିଜର ଭିଡ଼ିଓକୁ ଦେଖିବା ପାଇଁ Library ଅପସନକୁ ଯାଆନ୍ତୁ ।
୫- ଡାଉନଲୋଡ୍କୁ ଯାଇ ଟ୍ୟାପ୍ କରନ୍ତୁ ।
୬- ଏଠାରେ ଆପଣଙ୍କୁ ଡାଉନଲୋଡ୍ କରାଯାଇଖିବା ସବୁ ଭିଡ଼ିଓ ଏକା ସାଥିରେ ଦେଖାଯିବ ।
୭- ଯଦି ଆପଣ କୌଣସି ଭିଡ଼ିଓକୁ ଡିଲିଟ୍ କରିବାକୁ ଚାହୁଁଛନ୍ତି ଭିଡ଼ିଓ ସାମନାରେ ଥିବା ୩ଟି ଡଟ୍ରେ କ୍ଲିକ୍ କରନ୍ତୁ ଏବଂ ଆପଣଙ୍କୁ Delete from downloads ବିକଳ୍ପ ଦେଖାଯିବ ।
