Odia News Portal

ମଦ ପିଉଥିବା ଲୋକଙ୍କୁ କରୋନା ହେବ ନାହିଁ, ସତ ନାଁ ମିଛ ଜାଣନ୍ତୁ

ଆଜି କାଲି ସୋସିଆଲ ମିଡ଼ିଆରେ ଖବର ପ୍ରଚାରିତ ହେଉଛି ଯେ ମଦ ପିଉଥିବା ଲୋକଙ୍କ ଉପରେ କରୋନା ଭାଇରସ ର ପ୍ରଭାବ ପଡ଼ିବ ନାହିଁ । ଡାକ୍ତର କହିଛନ୍ତି ଯେ ଏହି ଜିନିଷଟି ସମ୍ପୂର୍ଣ୍ଣ ମିଥ୍ୟା ଅଟେ; ଅପରପକ୍ଷେ, ମଦ ପିଉଥିବା ଲୋକଙ୍କୁ ଏହି ଭାଇରସ ଅଧିକ ସଂକ୍ରମିତ ହେବାର ଆଶଙ୍କା ରହିଛି ।

ଭାରତରେ  ଏହି କିଲର ଭାଇରସ ବ୍ୟାପୁଥିବା ଦେଖିବାକୁ ମିଳିଛି। ମୋଟ୍ ୮୨ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୨ ଜଣଙ୍କର ମୃତ୍ୟୁ ଘଟିଛି।

ସେପଟେ କରୋନାକୁ ରାଜ୍ୟ ବିପର୍ୟ୍ୟୟ ଘୋଷଣା କରିଛନ୍ତି ରାଜ୍ୟ ସରକାର । କୌଣସି ସ୍ଥାନରେ ସଭାସମିତି , ସାମାଜିକ କାର୍ୟ୍ୟକ୍ରମ ନକରିବାକୁ ସରକାର ଘୋଷଣା କରିଛନ୍ତି ।